ଆହୁରି ୭ ଦିନ ବର୍ଷା, ୧୭ ତାରିଖ ଯାଏଁ ୟେଲୋ ବର୍ଣ୍ଣିଙ୍ଗ ଜାରି

ଭୁବନେଶ୍ୱର : ଆହୁରି ୭ ଦିନ ବର୍ଷା । ୧୭ ତାରିଖ ଯାଏଁ ୟେଲୋ ବର୍ଣ୍ଣିଙ୍ଗ ଜାରି ।  ଏମିତି କହିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ବଲାଙ୍ଗୀର ଜିଲ୍ଲା ରେ ୪୦.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ୩ ଟି ସ୍ଥାନ ରେ ୪୦ ଡିଗ୍ରୀ ଉପରେ ଟଅପମାତ୍ର ରେକର୍ଡ କରାଯାଇଛି  ।  ରାଜ୍ୟ ରେ କିଛି କିଛି ସ୍ଥାନ ରେ ହାଲୁକା ରୁ ମଧ୍ୟମ ଧରଣ ର ବର୍ଷ ଦେଖିବାକୁ ମିଳିଛି  ।  ଗଂଜାମ ଜିଲ୍ଲା ରେ ଚିକିଟି ଠାରେ ୬୪.୮ ମିମି ବର୍ଷା  ।

ଆଗାମୀ ୭ ଦିନ ପାଇଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଦେଖିବାକୁ ମିଳିବ  ।  ଉପକୂଳ ବର୍ତ୍ତୀ ଜିଲ୍ଲାଗୁଡିକ ତା ସହ ମୟୁରଭଞ୍ଜ ସୁନ୍ଦରଗଡ କେଉଁଝର ସମ୍ବଲପୁର ନୂଆପଡା ବଲାଙ୍ଗୀର ବରଗଡ଼ ଜିଲ୍ଲା ରେ କିଛି ସ୍ଥାନ ରେ ବର୍ଷା ହେବାର ସମ୍ଭାବନା ଅଛି ତା ସହ ବିଜୁଳି ଘଡଘଡି ଏବଂ ୪୦ ରୁ ୫୦ ବେଗ ପବନ ବହିବାର ସମ୍ଭାବନା ରହିଛି  ।  ଗୋଟେ ରୁ ଦୁଇଟି ସ୍ଥାନ ରେ ହାଲୁକା ବର୍ଷା ଯେମିତି କି ଅନୁଗୁଳ ବୌଦ୍ଧ ଖୋର୍ଦ୍ଧା ରାୟଗଡା ମାଲକାନଗିରି ଢେଙ୍କାନାଳ କଲାହାଣ୍ଡି କୋରାପୁଟ ନବରଙ୍ଗପୁର ଜିଲ୍ଲା ରେ ଦେଖିବାକୁ ମିଳିବ  ।  ବିଜୁଳି ଘଡଘଡି ଦେଖିବାକୁ ମିଳିବ ଯେମିତି କି କନ୍ଧମାଳ କଳାହାଣ୍ଡି ରାୟଗଡା ମାଲ୍କାନଗିରି କୋରାପୁଟ ନବରଙ୍ଗପୁର ଜିଲ୍ଲା ମାନଙ୍କରେ  ।

ଆସନ୍ତାକାଲି ଉପକୂଳ ବର୍ତ୍ତୀ ଜିଲ୍ଲାମାନଙ୍କ ସହ ଦକ୍ଷିଣ ଓ ଉତ୍ତର ଓଡିଶା ସହ ବୌଧ ଅନୁଗୁଳ ନୟାଗଡ କନ୍ଧମାଳ ଢେଙ୍କାନାଳ ଯାଜପୁର ଜିଲ୍ଲାକୁ ୟେଲୋବର୍ଣ୍ଣିଙ୍ଗ ସହ ୪୦ ରୁ ୫୦ କିମି ବେଗରେ ପବନ ବିଜୁଳି ଘଡଘଡି ସହ ହାଲୁକା ରୁ ମଧ୍ୟମ ଧରଣ ର ବର୍ଷା ଦେଖିବାକୁ ମିଳିବ  ।   ୧୬ ତାରିଖ ପାଇଁ ମଧ୍ୟ ୟେଲୋ ବର୍ଣ୍ଣିଙ୍ଗ ରହିଛି , ଉପକୂଳ ଓଡିଶା ଉତ୍ତର ଓ ଦକ୍ଷିଣ ଓଡିଶା ସହ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲା ଯେମିତି କି ସୂବେର୍ଣ୍ଣପୁର, ବୌଦ୍ଧ କନ୍ଧମାଳ ନୟାଗଡ, କଳାହାଣ୍ଡି ଜିଲ୍ଲା ରେ ୪୦ ରୁ ୫୦ କିମି ବେଗରେ ପବନ ସହ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ଦେଖିବାକୁ ମିଳିବ ।

୧୭ ତାରିଖ ପାଇଁ ମଧ୍ୟ ୟେଲୋ ବର୍ଣ୍ଣିଙ୍ଗ ରହିଛି ଯେମିତିକି ଉପକୂଳ ଓଡିଶା ଉତ୍ତର ଓ ଦକ୍ଷିଣ ଓଡିଶାର ସମସ୍ତ ଜିଲ୍ଲା ଗୁଡିକରେ ୪୦ ରୁ ୫୦ କିମି ବେଗରେ ପବନ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଦେଖିବାକୁ ମିଳିବ । ୧୮ ତାରିଖରେ କିଛି କିଛି ସ୍ଥାନ ରେ ହାଲୁକା ରୁ ମଧ୍ୟମ ଧାରଣ ର ବର୍ଷା ଦେଖିବାକୁ ମିଳିବ ।

ଭଦ୍ରକ କେନ୍ଦ୍ରାପଡା ଯାଜପୁର ଢେଙ୍କାନାଳ କଟକ ଜଗତସିଂପୁର କଳାହାଣ୍ଡି ଗଜପତି ମୟୁରଭଂଜ ବାଲେଶ୍ୱର ଖୋର୍ଦ୍ଧା ଗଂଜାମ ରାୟଗଡା ମାଲକାନଗିରି କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲା ରେ କିନ୍ତୁ କୌଣସି warning ନାହିଁ  ।  ୧୯ ଓ ୨୦ ତାରିଖ ରେ କିଛି କିଛି ସ୍ଥାନ ରେ ବର୍ଷା ଜାରି ରହିବ କିଛି କିଛି ସ୍ଥାନ ରେ ହାଲୁକା ରୁ ମଧ୍ୟମ ଧରଣ ବର୍ଷା ଦେଖିବାକୁ ମିଳିବ  ।  ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଏହି ଦୁଇ ଦିନ ବର୍ଷା ଦେଖିବାକୁ ମିଳିବ  ।  ଦିନ ତାପମାତ୍ରା ରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିବ ନାହିଁ ଆଗାମୀ ୫ ଦିନ ମଧ୍ୟ ରେ  ।