ଫେରିଲା ପୁରୁଣା ସଂଖ୍ୟା, ମୁଖ୍ୟ ସଚିବ କହିଲେ ବାହାନଗା ଟ୍ରେନ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୨୮୮, ଚିହ୍ନଟ ହୋଇଛନ୍ତି ୨୦୫

ବାହାନଗା ଟ୍ରେନ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୨୮୮ । ଆଜି ରେଳ ଦୁର୍ଘଟଣାରେ ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଥିବା ମୁଖ୍ୟ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ରିପୋର୍ଟ ଆଧାରରେ ମୃତ୍ୟୁ ସଂଖ୍ୟା ୨୮୮ ହୋଇଥିବା କହିଛନ୍ତି ମୁଖ୍ୟ ସଚିବ । ଏପର୍ଯ୍ୟନ୍ତ ୨୦୫ ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର କରାଯାଇଛି ।

ଭୁବନେଶ୍ୱରକୁ ଅଣାଯାଇଥିଲା ୧୯୩ଟି ମୃତଦେହ । ସେମଧ୍ୟରୁ ୧୧୦ ଜଣଙ୍କ ମୃତଦେହ ଚିହ୍ନଟ କରାଯାଇଛି । ବାଲେଶ୍ୱରରେ ୯୪, ଭଦ୍ରକରେ ଜଣଙ୍କ ମୃତଦେହ ହସ୍ତାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ସଚିବ । କାଲି ସୁଦ୍ଧା ଶେଷ ହୋଇପାରେ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.