ବେଙ୍ଗାଳୁରୁରେ କାଲିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଓଡ଼ିଶା ଉତ୍ସବ, ପଦର୍ଶିତ ହେବ ଓଡ଼ିଶାର କଳା ଓ ସଂସ୍କୃତି

ବେଙ୍ଗାଳୁରୁ(କେନ୍ୟୁଜ୍) ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆସନ୍ତା କାଲି ଠାରୁ ଅକ୍ଟୋବର ୧୬ ପର୍ଯ୍ୟନ୍ତ ବେଙ୍ଗାଳୁରୁ ରବୀନ୍ଦ୍ର କଳା କ୍ଷେତ୍ର ପରିସରରେ ଅନୁଷ୍ଠିତ ହେବ ଓଡ଼ିଶା ଉତ୍ସବ ।  ଏନେଇ ଆଜି ବେଙ୍ଗାଳୁରୁ ପ୍ରେସ କ୍ଳବ ପରିସରରେ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀ,ସଙ୍ଗୀତ ନାଟକ ଏକାଡେମୀ ଓ ଲଳିତ କଳା ଏକାଡେମୀର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଛି । ୧୪ ରୁ ଶୁଭାରମ୍ଭ ହୋଇ ୧୬ରେ ସମାପନ ହେବ ।

ତେବେ ଏହି ୩ଦିନ ସାହିତ୍ୟ ଏକାଡେମୀ ପକ୍ଷରୁ କବିତା ପାଠୋତ୍ସଵ ସହିତ ପୁସ୍ତକ ପ୍ରଦର୍ଶନ, ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ନାଟକ ଆହେ ନୀଳ ଶୈଳ ଏବଂ ଲଳିତ କଳା ଏକାଡେମୀ ପକ୍ଷରୁ ପଟଚିତ୍ର ପ୍ରଦର୍ଶିତ ହେବ । ଏଥି ସହିତ ଜଗନ୍ନାଥଙ୍କ ମହିମାର ପ୍ରଚାର ପ୍ରସାର କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଆ ଭାଷା, କଳା ଓ ସଂସ୍କୃତି ବିଭାଗର ଡ଼ାଇରେକ୍ଟର ଏବଂ ଅଡିସନଲ ସଚିବ ରଞ୍ଜନ କୁମାର ଦାସ(ଆଇଏଏସ),ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଓଡ଼ିଶା ସଙ୍ଗୀତ ଏକାଡେମୀର ସଭାନେତ୍ରୀ ପଦ୍ମଶ୍ରୀ ଅରୁଣା ମହାନ୍ତି, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ସାହିତ୍ୟ ଏକାଡେମୀ ସଭାପତି ଡ଼ଃ ହୃଷିକେଶ ମଲିକ,ପ୍ରବୋଧ ରଥ, ପଞ୍ଚାନନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.