ଯାଜପୁର : ବୈଦିକ ବ୍ରାହ୍ମଣ ପରିଷଦ ମହାସଭାରେ ଜଗନ୍ନାଥ ସଂସ୍କୃତିର ରକ୍ଷା ପାଇଁ ଆହ୍ଵାନ

ଯାଜପୁର (କେ ନ୍ୟୁଜ୍‌) : ଯାଜପୁର ଜିଲ୍ଲା ଚଣ୍ଡୀଖୋଲ ସ୍ଥିତ ମହାବିନାୟକ ପୀଠରେ ଓଡ଼ିଶା ବୈଦିକ ବ୍ରାହ୍ମଣ ପରିଷଦର ମହାସଭା ଅନୁଷ୍ଠିତ ହୋଇଯାଇଛି । ସାରା ବିଶ୍ୱରେ ଯେଭଳି ଜଗନ୍ନାଥ ସଂସ୍କୃତିର ଅପପ୍ରଚାର କରାଯାଉଛି ତାକୁ ରୋକିବାକୁ ଏହି ମହାସଭାରେ ଆହ୍ଵାନ ଦିଆଯାଇଛି । ଅସମୟରେ ଇସ୍କନ ପକ୍ଷରୁ ରଥଯାତ୍ରା ଭଳି ଘଟଣାକୁ ରୋକିବା ଲାଗି ସଭାରେ ସମସ୍ତ ପଣ୍ଡିତ ବ୍ରାହ୍ମଣମାନେ ସମ୍ମତି ପ୍ରକାଶ କରିଥିଲେ । ଗୋ ରକ୍ଷା, ବେଦ ରକ୍ଷାର ଓ ବ୍ରାହ୍ମଣଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ରାହ୍ମଣ ସମାଜ ଉଦ୍ୟମ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

BRAMHANA-2

ପଣ୍ଡିତ ବିଜୟ କୁମାର କରଙ୍କ ଆବାହକତ୍ୱରେ ଆୟୋଜିତ ଏହି ମହାସଭାରେ ପୁରୀ ଗୋବର୍ଦ୍ଧନ ମଠର ପୀଠାଧୀଶ ଶଙ୍କରାଚାର୍ଯ୍ୟଙ୍କ କୁଳପୁରୋହିତ ତଥା ଓଡ଼ିଶା ବୈଦିକ ବ୍ରାହ୍ମଣ ପରିଷଦର ଉପଦେଷ୍ଟା ପଣ୍ଡିତ ବିଶ୍ୱମ୍ବର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜଗନ୍ନାଥ ସଂସ୍କୃତିର ରକ୍ଷା ପାଇଁ ସମସ୍ତେ ଅଣ୍ଟା ଭିଡ଼ିବାକୁ ସେ ଆହ୍ଵାନ ଦେଇଥିଲେ ।
ଏହି ମହାସଭାରେ ରାଜ୍ୟର ବହୁ ବିଦ୍ୱାନ ପଣ୍ଡିତ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ପଣ୍ଡିତ ବିଜୟ କୁମାର କରଙ୍କ ସମେତ ଅନ୍ୟ ବିଦ୍ୱାନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.