ଆଜିଠୁ କମ୍ପିବ ବିଧାନସଭା: ଆରମ୍ଭ ହେବ ବଜେଟ୍ ଅଧିବେଶନ
ଆଜିଠୁ କମ୍ପିବ ବିଧାନସଭା । ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ। ଷୋଡ଼ଶ ବିଧାନସଭାର ଏହା ଶେଷ ଅଧିବେଶନ ହେବ। ଆସନ୍ତା ୮ରେ ଆସିବ କାମଚଳା ବଜେଟ୍ । ଏଥର ଅନ୍ତରୀଣ ବଜେଟ୍ ଆକାର ଲକ୍ଷେ କୋଟି ଟଙ୍କା ଟପିପାରେ ।

ଭୁବନେଶ୍ୱର(କେନ୍ୟୁଜ) : ଆଜିଠୁ କମ୍ପିବ ବିଧାନସଭା । ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ। ଷୋଡ଼ଶ ବିଧାନସଭାର ଏହା ଶେଷ ଅଧିବେଶନ ହେବ। ଆସନ୍ତା ୮ରେ ଆସିବ କାମଚଳା ବଜେଟ୍ । ଏଥର ଅନ୍ତରୀଣ ବଜେଟ୍ ଆକାର ଲକ୍ଷେ କୋଟି ଟଙ୍କା ଟପିପାରେ । ସ୍ବଳ୍ପକାଳୀନ ଅଧିବେଶନ ହେଲେ ବି ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ଅନେକ ପ୍ରସଙ୍ଗ ଅଛି । ସୁରୁଖୁରୁରେ ଗୃହ କାର୍ଯ୍ୟ ଚଳାଇବାକୁ ସର୍ବଦଳୀୟ ବୈଠକରେ ସହଯୋଗ ଲୋଡିଛନ୍ତି ବାଚସ୍ପତି । କିଛି ଭେଟେରାନ୍ ବିଧାୟକଙ୍କ ପାଇଁ ଚଳିତ ବିଧାନସଭାର ଏହା ଶେଷ ଅଧିବେଶନ ହୋଇପାରେ । ବିଧାନସଭାର ଶେଷ ଅଧିବେଶନ ହୋଇଥିବାରୁ ଗୃହ ବେଶ ସରଗରମ ହୋଇପାରେ ।ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ରହିଛି ଅନେକ ପ୍ରସଙ୍ଗ ।
ଏପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିବ ଅଧିବେଶନ। ମୁତୟନ ରହିବେ ୨୮ ପ୍ଲାଟୁନ୍ ଫୋର୍ସ । ବିଧାନସଭା ଚାରିପଟେ ଅହୋରାତ୍ର ଜଗି ରହିବେ ସଶସ୍ତ୍ର ସୁରକ୍ଷା ବାହିନୀ । ବିଧାନସଭା ଛାତ ଉପରେ ରୁଫ ଟଫ ପୋଲିସ ରହିବେ। ପ୍ରବେଶ ପଥରେ ଦୁଇଟି ଚେକ୍ ପୋଷ୍ଟ କରାଯାଇଛି। ସିସିଟିଭି ନଜରରେ ରହିବ ବିଧାନସଭାଠାରୁ ଆରମ୍ଭ କରି ଲୋୟର ପିଏମଜି, ରବୀନ୍ଦ୍ର ମଣ୍ଡପ ଛକ ଓ ବିଧାନସଭାକୁ ସଂଲଗ୍ନ ରାସ୍ତା । ଆନ୍ଦୋଳନକାରୀ ଓ ସନ୍ଦିଗ୍ଧଙ୍କ ଉପରେ ତୀକ୍ଷଣ ନଜର ରଖାଯିବ । ସିସିଟିଭି ନଜରରେ ବିଧାନସଭାଠାରୁ ଆରମ୍ଭ କରି ଲୋୟର ପିଏମଜି, ରବୀନ୍ଦ୍ର ମଣ୍ଡପ ଛକ ଓ ସଂଲଗ୍ନ ରାସ୍ତା । ଆନ୍ଦୋଳନକାରୀ ଓ ସନ୍ଦିଗ୍ଧଙ୍କ ଉପରେ ତୀକ୍ଷଣ ନଜର ରଖାଯିବ । ବିଧାନସଭାକୁ ସଂଯୋଗ କରୁଥିବା ୫ଟି ରୁଟକୁ ଡାଇଭଟ୍ କରାଯାଇଛି ।