ପାଞ୍ଚଲକ୍ଷ ଚାଳିଶ ହଜାର ଟଙ୍କା ସହ ସରପଞ୍ଚଙ୍କୁ ଧରିଲା ଭିଜିଲାନ୍ସ ଟିମ, ପଚରା ଉଚୁରା ଜାରି

କଳାହାଣ୍ଡି : ପାଞ୍ଚଲକ୍ଷ ଚାଳିଶ ହଜାର ଟଙ୍କା ସହ ସରପଞ୍ଚଙ୍କୁ ଧରିଲା ଭିଜିଲାନ୍ସ ଟିମ । ଗୋଲାମୁଣ୍ଡା ବ୍ଳକ ବୃନ୍ଦାବାହାଲ ସରପଞ୍ଚ ଦିନେସ ରାଉତଙ୍କୁ ଧରିଲା ଭିଜିଲାନ୍ସ । ନିଜ କାରରେ ଟଙ୍କା ନେଇଯାଉଥିବା ବେଳେ ଗାଡିକୁ ପିଛା କରି ଧରିଲା ଭିଜିଲାନ୍ସ ।
ମିଳିଥିବା ସୂଚନା ଅନୁଯାୟୀ, ସରପଞ୍ଚ ଗୋଲମୁଣ୍ଡାରୁ ନିଜ ବୋଲେରୋ ଗାଡି ନଂ ଓଡି-୦୮-ସି-୫୩୩୫ ଯୋଗେ ବୁନ୍ଦାବାହଲ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଖଲିଆକଣି ଠାରେ ଅଟକାଇ ଥିଲା । ଯାଞ୍ଚ ବେଳେ ତାଙ୍କ ଗାଡ଼ିରୁ ୫,୪୦,୦୦୦ ଟଙ୍କା ମିଳିଥିଲା । ଯାହାର ସନ୍ତୋଷଜନକ ହିସାବ ସେ ଦେଇ ପାରିନଥିଲେ ।

ଫଳରେ ଭିଜିଲାନ୍ସ ସମସ୍ତ ଟଙ୍କାକୁ ଜବତ କରିବା ସହ ତାଙ୍କ ଗାଡିକୁ ମଧ୍ୟ ଜବତ କରିଥିଲେ ।ସରପଞ୍ଚଙ୍କ ବୃନ୍ଦାବାହାଲ ସ୍ଥିତ ଘରେ ଭିଜିଲାନ୍ସ ଟିମର ଚଢ଼ାଉ ଜାରି ରହିଛି । ସରପଞ୍ଚଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ଭିଜିଲାନ୍ସ । ସନ୍ଦେହ କରାଯାଉଛି ସରପଞ୍ଚ ଏହି ଟଙ୍କା ବିଭିନ୍ନ କଣ୍ଟ୍ରାକ୍ଟରଙ୍କ ଠାରୁ ବଟି ଆକାରରେ ଆଦାୟ କରି ଆଣୁଥିଲେ ।