ଡିଜିଟାଲ କାରବାର ଉପରେ ଭିଜିଲାନ୍ସର ନଜର: ଲାଞ୍ଚ ନେବା ଏବଂ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଡିଜିଟାଲ୍ ମୋଡରେ ଲାଞ୍ଚ ନ ନେବାକୁ ସତର୍କ କରିଛି ଓଡ଼ିଶା ଭିଜିଲାନ୍ସ। ଲାଞ୍ଚ ନେଉଥିବା ବ୍ୟକ୍ତି ଓ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ଭିଜିଲାନ୍ସ ପକ୍ଷରୁ କୁହାଯାଇଛି, ମନେରଖନ୍ତୁ, ଫୋନ୍ ପେ ମାଧ୍ୟମରେ ଲାଞ୍ଚ ନେବାବେଳେ ଆପଣ ସୁରକ୍ଷିତ ନୁହଁନ୍ତି। ଆମେ ଡିଜିଟାଲ୍ ନେଣଦେଣ ଉପରେ ନଜର ରଖିଛୁ।

ଭୁବନେଶ୍ୱର (କେନ୍ୟୁଜ): ଡିଜିଟାଲ୍ ମୋଡରେ ଲାଞ୍ଚ ନ ନେବାକୁ ସତର୍କ କରିଛି ଓଡ଼ିଶା ଭିଜିଲାନ୍ସ। ଲାଞ୍ଚ ନେଉଥିବା ବ୍ୟକ୍ତି ଓ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ବୋଲି ଓଡ଼ିଶା ଭିଜିଲାନ୍ସ ଚେତାବନୀ ଦେଇଛି। ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, ଫୋନ୍ ପେ’ ମାଧ୍ୟମରେ ଲାଞ୍ଚ ନେଲେ ନିଶ୍ଚିତ ଧରାପଡ଼ିବେ । ଭିଜିଲାନ୍ସ ପକ୍ଷରୁ କୁହାଯାଇଛି, ମନେରଖନ୍ତୁ, ଫୋନ୍ ପେ ମାଧ୍ୟମରେ ଲାଞ୍ଚ ନେବାବେଳେ ଆପଣ ସୁରକ୍ଷିତ ନୁହଁନ୍ତି। ଆମେ ଡିଜିଟାଲ୍ ନେଣଦେଣ ଉପରେ ନଜର ରଖିଛୁ।

ଗତକାଲି ଡିଜିଟାଲ ମାଧ୍ୟମରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଦୁଇଟି ଲାଞ୍ଚ ମାମଲା ସାମ୍ନାକୁ ଆସିଥିଲା । ଚେକ୍ ମାଧ୍ୟମରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ ମୟୂରଭଂଜ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ । କ୍ଷତିପୂରଣ ମଞ୍ଜୁର ପାଇଁ ୨ଟି ବ୍ଲାଙ୍କ ଚେକ୍ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା ।

ସେହିପରି ଟିପିସିଓଡିଏଲ ଜଣେ ଅଧିକାରୀ ଫୋନ୍ ପେ’ରେ ୧୦ ହଜାର ଟଙ୍କା ଲାଞ୍ଚ ହାତାହାତି ନୁହେଁ ଅନଲାଇନ ମୋଡରେ ନେଉଥିଲେ। ଏହି ଅଧିକାରୀ ଜଣକ ହେଉଛନ୍ତି ଟାଟା ପାୱାର ନୟାପଲ୍ଲୀସ୍ଥିତ କାର୍ଯ୍ୟାଳୟର ଓଏଜି-୩ ତରୁଣ ରଂଜନ ନାୟକ। ଏହି ଲାଞ୍ଚ ନେବାରେ ତାଙ୍କୁ ସହଯୋଗ କରିଥିଲେ ତାଙ୍କ ସହଯୋଗୀ ଶ୍ରୀମତୀ ଶୈଳଜା ମୁଦୁଲି।ଦୁଇ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।

ଅଭିଯୋଗକାରୀଙ୍କ କହିବାନୁସାରେ, ବିଦ୍ୟୁତ୍ ସଂଯୋଗ ପାଇଁ ତରୁଣ ନାୟକଙ୍କ ସହ ଯୋଗାଯୋଗ କରିବାରୁ ଅଧିକାରୀ ଜଣଙ୍କ PhonePe ମାଧ୍ୟମରେ ଲାଞ୍ଚ ପ୍ରଦାନ କରିବାକୁ ଜିଦ୍ ଧରିଥିଲେ। ଏବଂ ଏହାପରେ ବିଦ୍ୟୁତ ସଂଯୋଗ ମିଳିପାରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟ କୌଣସି ଉପାୟ ନପାଇ ଅଭିଯୋଗକାରୀ ଭିଜିଲାନ୍ସକୁ ଖବର ଦେଇଥିଲେ ଏବଂ ତାଙ୍କ ସହଯୋଗୀ ଶୈଳଜା ମୁଦୁଲିଙ୍କୁ PhonePe ନମ୍ବରରେ ଲାଞ୍ଚ ଦେଇଥିଲେ। ଏହାପରେ ଅଭିଯୋଗ ପତ୍ର ଆଧାରରେ ଭିଜିଲାନ୍ସ ଟିମ୍ ତରୁଣ ରଞ୍ଜନ ନାୟକଙ୍କୁ ଗିରଫ କରିଛି। ଏହି ଘଟଣାକୁ ନେଇ ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି ଅଧିକ ତଦନ୍ତ ଚଳାଇଛି। ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.