ରାଜ୍ୟ

୨୦୨୪ରୁ ୨୦୨୯ ମଧ୍ୟରେ ଗେମ୍ ଚେଞ୍ଜର ହେବ ଓଡ଼ିଶା: ଫାଇଭ୍ ଟି ଅଧ୍ୟକ୍ଷ

ଭୁବନେଶ୍ୱର(କେନ୍ୟୁଜ) : ୨୦୨୪ରୁ ୨୦୨୯ ମଧ୍ୟରେ ଗେମ୍ ଚେଞ୍ଜର ହେବ ଓଡ଼ିଶା । ବିଶ୍ବ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଅନ୍ତିମ ଦିବସରେ ଯୋଗଦେଇ ଏହା କହିଛନ୍ତି ଫାଇଭ୍ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ୨୦୩୬ରେ ଓଡ଼ିଶା- ନବଦିଗନ୍ତର ସମ୍ଭାବନା ଶୀର୍ଷକ ଆଲୋଚନାରେ ଯୋଗଦେଇ ଆଗାମୀ ୧୦ ବର୍ଷର ରୋଡମ୍ୟାପ ଉଲ୍ଲେଖ କରିଛନ୍ତି ।

୨୦୩୬ ସୁଦ୍ଧା ଓଡ଼ିଶାର ସର୍ବଙ୍ଗୀନ ବିକାଶ ସାଧନ ହେବ। ଓଡ଼ିଶାରେ ସ୍ପିରିଚୁଆଲ ଗଭର୍ଣ୍ଣାନ୍ସ ଜାରି ରହିଛି । ସ୍ବଚ୍ଛତା, ନମ୍ରତା ଓ ଭଗବତ ବିଶ୍ବାସ ଆମର ମୂଳମନ୍ତ୍ର ବୋଲି କହିଛନ୍ତି ପାଣ୍ଡିଆନ। ୨୦୧୯ ପରେ ଓଡ଼ିଶାରେ ବହୁତ ବଡ଼ ପରିବର୍ତ୍ତନ ହୋଇଛି। ୨୦୦୦ ମସିହାରେ ନିବେଶ କ୍ଷେତ୍ରରେ ଓଡ଼ିଶା ସବୁଠୁ ତଳେ ଥିଲା । ଏବେ ଓଡ଼ିଶା ଦେଶରେ ନିବେଶ କ୍ଷେତ୍ରରେ ୨ ନମ୍ବର ସ୍ଥାନରେଅଛି । ଦେଶର ପ୍ରଥମ ଗ୍ରୀନ ଆମୋନିଆ ପ୍ରୋଜେକ୍ଟ ଓଡ଼ିଶାରେ ରହିଛି । ରାଜସ୍ବ ଆଦାୟ କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା ଏକନମ୍ବର ସ୍ଥାନରେ ଅଛି ।

ଏବେ ବଡ଼ବଡ଼ କମ୍ପାନୀଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା । ଏବେ ସ୍ବପ୍ନ ପୂରଣ ହେବାର ସମୟ ଚାଲିଛି । କିଛି ଦିନ ତଳେ ଯାହା ଅକଳ୍ପନୀୟ ଥିଲା, ତାହା ଆଜି ସମ୍ଭବ ହୋଇଛି।  ଦିନେ ସମୟ ଆସିବ ଲୋକେ ଓଡ଼ିଶାରୁ ଶିକ୍ଷାଲାଭ କରିବେ । ଓଡ଼ିଶା ଅନ୍ୟମାନଙ୍କ ପାଇଁ ନୀତି ଆଦର୍ଶ ପାଲଟିବ । ୨୦୦୦ ମସିହା ଓ ବର୍ତ୍ତମାନ ସମୟରେ ହୋଇଥିବା ଉପଲବଧିକୁ ବଖାଣିଛନ୍ତି । କୋଭିଡର ସଫଳ ମୁକାବିଲା ନେଇ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣା ଓଡ଼ିଶାକୁ ବହୁତ ଆଗକୁ ନେଇଛି। ୨୨ ବର୍ଷ ଭିତରେ ଓଡ଼ିଶା ସବୁ କ୍ଷେତ୍ରରେ ବିକାଶ କରିଛି । ଶିକ୍ଷା, ସ୍ବାସ୍ଥ୍ୟ, କୃଷି ସବୁ କ୍ଷେତ୍ରରେ ଆମେ ବହୁତ ଆଗରେ ରହିଛୁ ବୋଲି ସେ କହିଛନ୍ତି । ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ, କୃଷକ କଲ୍ୟାଣ ପାଇଁ ଯୋଜନା ହେଉଛି ।

Sonalisa

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

21 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

35 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

50 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago