ରାଜ୍ୟ

ଓଡ଼ିଶାକୁ ମିଳିବ ୪୦୦ ମେଗାଓ୍ଵାଟ ବିଜୁଳି, କେନ୍ଦ୍ରର ଅଣଆବଣ୍ଟିତ କୋଟାରୁ ମିଳିବ ବିଜୁଳି

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୧୦ ଦିନ ଯାଏ ଓଡ଼ିଶାକୁ ମିଳିବ ୪୦୦ ମେଗାଓ୍ଵାଟ ବିଜୁଳି । କେନ୍ଦ୍ରର ଅଣଆବଣ୍ଟିତ କୋଟାରୁ ଓଡ଼ିଶାକୁ ୧୦ଦିନ ଯାଏ ଦୈନିକ ୪୦୦ ମୋଗାଓ୍ଵାଟ ବିଦ୍ୟୁତ ମିଳିବ । ରାଜ୍ୟ ଶକ୍ତି ବିଭାଗର ଚିଠି ପରେ କେନ୍ଦ୍ର ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ୧୫ ଯାଏ ଦୈନିକ ୪୫୦ ମେଗାଓ୍ଵାଟ୍‌ ବିଜୁଳି ଯୋଗାଇଦେବାକୁ କେନ୍ଦ୍ର ଶକ୍ତି ମନ୍ତ୍ରାଳୟକୁ ଚିଠି ଲେଖିଥିଲେ ରାଜ୍ୟ ଶକ୍ତି ବିଭାଗର ଅତିରିକ୍ତ ପ୍ରମୁଖ ଶାସନ ସଚିବ । ହିଟେଓ୍ଵଭ୍‌ ପରିସ୍ଥିତି, ଜଳଭଣ୍ଡାରରେ ଜଳସ୍ତର କମିବାରୁ ବିଦ୍ୟୁତ ଶକ୍ତି ଉତ୍ପାଦନ ବ୍ୟାହତ ହୋଇଛି।

ଆଗକୁ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବେଳେ ଅଧିକ ବିଦ୍ୟୁତର ଆବଶ୍ୟକତା ରହିଛି। ଏସବୁକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ୪୫୦ ମୋଗଓ୍ଵାଟ ବିଦ୍ୟୁତ ଯୋଗାଇଦେବାକୁ ଅନୁରୋଧ କରିଥିଲେ ଶକ୍ତି ବିଭାଗ ଅତିରିକ୍ତ ପ୍ରମୁଖ ସଚିବ । ଓଡ଼ିଶାର ଦାବିକୁ ବିଚାରକୁ ନେଇ କେନ୍ଦ୍ର ବିଦ୍ୟୁତ ମନ୍ତ୍ରାଳୟ କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ ଆସନ୍ତା ୧୦ ଦିନ ଯାଏ ଓଡ଼ିଶାକୁ ୪୦୦ ମେଗାଓ୍ଵାଟ ବିଦ୍ୟୁତ ଯୋଗାଇବ। ଉଭୟ ଦକ୍ଷିଣ ଓ ପଶ୍ଚିମ ପୁଲ୍‌ରୁ ବିଦ୍ୟୁତ ଶକ୍ତି ଓଡ଼ିଶାକୁ ଦିଆଯିବ । ରାଜ୍ୟରେ ଗତ କିଛିଦିନ ହେବ ବିଦ୍ୟୁତ କାଟ୍‌କୁ ନେଇ ଅସେନ୍ତାଷ ଲାଗି ରହିଛି।.

KNews Bureau

Recent Posts

ସମାନ ମାର୍କ ରଖି ଟପ୍ପର ହୋଇଛନ୍ତି ଏହି ଯାଆଁଳା ଭଉଣୀ

ବାଲୁଗାଁ(କେନ୍ୟୁଜ୍): ଇଏ ଆଶ୍ଚର୍ଯ୍ୟର କଥା ନୁହେଁ ତ ଆଉ କଣ? ଦୁହେଁ ସିନା ପିଲାଟିବେଳୁ ଦେଖିବାକୁ ଏକାପରି ଥିଲେ, ହେଲେ…

9 mins ago

ପ୍ରଶ୍ନୋତ୍ତର ନପଢ଼ି ଶିକ୍ଷୟତ୍ରୀ ଦେଉଥିଲେ ନମ୍ବର, ରିଲ୍ସ କରିବା ପଡ଼ିଲା ମହଙ୍ଗା

ଆଜିର ସମୟରେ ସୋସିଆଲ ମିଡିଆର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍‌…

25 mins ago

ମଧ୍ୟପ୍ରଦେଶ : ବୀଭତ୍ସ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା…

41 mins ago

ହାଇ କୋଲେଷ୍ଟ୍ରଲରେ ଚିନି ଏବଂ ଗୁଡ ମଧ୍ୟରୁ କେଉଁ ମିଠା ଖାଇବା ଉଚିତ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଆପଣମାନେ ତ ଜାଣିଥିବେ ମିଠା ଖାଇବା ପାଇଁ ଲୋକଙ୍କ ଇଚ୍ଛା କୌଣସି ସମୟରେ ମଧ୍ୟ ହୋଇପାରେ । ତେବେ ଯେତେବେଳେ…

48 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

1 hour ago

ମାଲକାନଗିରି: ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…

1 hour ago