ରାଜ୍ୟର ୧୬୦ଟି ସେସନ ସାଇଟରେ ହେବ ଟିକାକରଣ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟର ୧୬୦ଟି ସେସନ ସାଇଟରେ ଟିକାକରଣ ହେବ। ଏଥିରେ ସରକାରୀ ଡାକ୍ତରଖାନା, ସିଏଚସି, ପିଏଚ୍‌ସି, ପ୍ରାଇଭେଟ ହସ୍‌ପିଟାଲ ଆଦି ସାମିଲ ହୋଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସେସନ ସାଇଟ ନିର୍ଦ୍ଧାରଣ କରାଯାଇଛି। ରାଜ୍ୟରେ ଟିକାକରଣ ନେଇ କିପରି ପ୍ରସ୍ତୁତି ଚାଲିଛି ସେ ସଂକ୍ରାନ୍ତରେ ଚର୍ଚ୍ଚା ହୋଇଛି। ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ କୌଣସି ଅସୁବିଧା ନଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ଡ୍ରାଏ ରନ ସଫଳତାର ସହ ସଂପନ୍ନ ହୋଇଛି। ପ୍ରତି ସେସନ ସାଇଟରେ ୧୦୦ଜଣ ଲେଖାଏ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ତେବେ ଏହା କେବେ ଦିଆଯିବ ତାହା ସ୍ପଷ୍ଟ ହୋଇନି। କଂପାନୀ ପାଖରୁ ଷ୍ଟେଟ ଭ୍ୟାକ୍‌ସିନ ଷ୍ଟୋରକୁ ଟିକା ଆସିବ ବୋଲି ସେ କହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ ଆସିବ ୩ ଲକ୍ଷ ୨୮ ହଜାର ଟିକା । ଟିକା ପହଞ୍ଚିବା ମାତ୍ରେ ଆରମ୍ଭ ହେବ ଟିକାକରଣ । ଡିଏମ୍‌ଇଟି କହିଛନ୍ତି ରାଜ୍ୟ ସରକାର ୩ ଲକ୍ଷ ୨୮ ହଜାର ୬ ଶହ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି । ୧୬ ତାରିଖରୁ ସାରା ଦେଶରେ ଟିକାକରଣ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ କରୋନା ଟିକା ପ୍ରଦାନ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ଟିକାକରଣ ନେଇ ଡିଏମ୍‌ଇଟି ପ୍ରଫେସର ସିବିକେ ମହାନ୍ତି ଏନେଇ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.