ଆଗାମୀ ୩ଦିନ ଅସହ୍ୟ ଶୀତରେ ଥରିବ ଓଡିଶା, ଆଜି ଘନକୁହୁଡ଼ି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟକୁ ପୁଣି ଫେରିଛି ଶୀତ। ଆଗାମୀ ୩ଦିନ ଅସହ୍ୟ ଶୀତରେ ଥରିବ ଓଡିଶା। ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ଧୀରେ ଧୀରେ କମି ୩ରୁ ୪ଡିଗ୍ରୀ ସେଲସିୟମ ତଳକୁ ଖସିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଗାମୀ ୫ଦିନ ଯାଏ ପାଗ ଶୁଖିଲା ରହିବ।
ଆଜି ଠାରୁ ରାଜ୍ୟ ଉପରେ ଗୁରୁଚାପ ବଳୟର ପ୍ରଭାବ ଅଧିକ ରହିବ। ବାୟୁମଣ୍ଡଳରେ ସ୍ଥିରତାକୁ ବୃଦ୍ଧି କରିବାରେ ଏହା ସହାୟକ ହେବ। ଓଡ଼ିଶା ଉପରେ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପର ଉପସ୍ଥିତି ତଥା ବାୟୁମଣ୍ଡଳରେ ସ୍ଥିରତା ଓ ନିର୍ମଳ ଆକାଶ ପ୍ରଭାବରେ ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ଘନକୁହୁଡ଼ି ପାଇଁ ଆଜି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ରାଜ୍ୟରେ ୧୯ ତାରିଖ ଯାଏ ଘନକୁହୁଡ଼ି ଲାଗି ରହିବ। ଦୃଶ୍ୟମାନ ଦୂରତା ୨ଶହ ମିଟରରୁ କମ ରହିବ ।