ପୁଣି ପ୍ରେମ ହେଲା କାଳ: ସହିପାରିଲେନି ପ୍ରେମିକାର ବିରହ, ସୌମ୍ଯଙ୍କ ପରେ ଆତ୍ମହତ୍ଯା କଲେ ଅଭିଜିତ୍

ଅନୁଗୁଳ(କେନ୍ଯୁଜ୍): ଅନୁଗୁଳ ସୌଭାଗ୍ଯନଗରର ଅଭିଜିତ ପଟ୍ଟନାୟକ ଜ୍ଯାକି । ବୟସ ମାତ୍ର ୨୭ । ଏକ ଘରୋଇ କମ୍ପାନୀରେ ଇଂଜିନିୟର ମଧ୍ୟ । ମୋଟା ଅଙ୍କର ଦରମା ପାଉଥିଲେ । ଘରେ ବୁଢ଼ୀ ମା, ବଡ ଭାଇ, ଭାଉଜ ଆଉ କୁନି ଝିଆରୀ । ହେଲେ ଜ୍ଯାକିଙ୍କୁ ଧୋକା ଦେଲା ପ୍ରେମ । ଅନୁଗୁଳ ଶିକ୍ଷକପଡାର ଜଣେ ଯୁବତୀଙ୍କୁ ସେ ୧୫ବର୍ଷ ହେଲା ଭଲ ପାଉଥିଲେ ଜ୍ଯାକି । ଉଭୟ ପରିବାର ଏଥିରେ ସହମତି ଥିବା ବେଳେ ବାହାଘର ପାଇଁ ମଧ୍ୟ କଥାବାର୍ତ୍ତା ସରିଥିଲା । ହେଲେ ହଠାତ କଣ ହେଲା କେଜାଣି ଝିଅର ପରିବାର ଲୋକ ଅନ୍ଯତ୍ର ବାହାଘର ପାଇଁ ମନସ୍ଥ କରିଥିଲେ । ଯେଉଁଥିରେ ବିଚଳିତ ହୋଇ ଯାଇଥିଲେ ଜ୍ଯାକି । ଆଉ ଝିଅକୁ ପାଇବାକୁ ଝିଅର ପରିବାର ସହ ଆଲୋଚନା କରିବାକୁ ଚେଷ୍ଟା କରିଥିଲେ ।

ହେଲେ ଝିଅ ପରିବାର ପକ୍ଷରୁ ଓଲଟା ଜ୍ଯାକିଙ୍କୁ ମିଳିଥିଲା ଧମକ । ଝିଅଠାରୁ ଦୂରେଇ ଯିବାକୁ ଦିଆଯାଇଥିଲା ଚେତାବନୀ । ଯେଉଁଥିରେ ଭାଙ୍ଗି ପଡ଼ିଥିଲେ ଜ୍ଯାକି । ଆଉ ଶେଷରେ ଆତ୍ମହତ୍ୟାର ବାଟ ବାଛି ନେଇଥିଲେ । ଆଉ ଶେଷରେ ମରଣର ରାସ୍ତା ବାଛି ନେଲେ। ଆତ୍ମହତ୍ୟା ପୂର୍ବରୁ ଭିଡିଓ ଜାରି କରିକଲେ। କହିଲେ ତାକୁ କହିଦେବ, ଯଦି ଭୁଲ କରିଛି ମୋତେ କ୍ଷମା କରିଦେବ । ତା ବିନା ମୁଁ ବଞ୍ଚି ପାରୁନି କି ଆଗକୁ ବି ପାରିବି ନାହିଁ ।

ବାସ୍ ଏମିତି କହି ଆତ୍ମହତ୍ୟା କରିଛନ୍ତି । ଯାହାକି ଭୁବନେଶ୍ୱର ସୌମ୍ଯ ଆତ୍ମହତ୍ୟା ଘଟଣାକୁ ପୁଣି ଦୋହରାଇଛି। । ସୌମ୍ଯଙ୍କ ଭଳି ପ୍ରେମରେ ବିଫଳ ହୋଇ ଆତ୍ମହତ୍ୟାର ବାଟ ବାଛି ନେଇଛନ୍ତି ଅନୁଗୁଳର ଏହି ଉଚ୍ଚ ଶିକ୍ଷିତ ଯୁବକ । ଗତ ୧୪ ତାରିଖ ଭାଲେଣ୍ଟାଇନ୍ସ ଡେ ରେ ଆତ୍ମହତ୍ୟା ଭଳି ବାଟ ବାଛିନେଇଥିଲେ ଜ୍ଯାକି । ଆଉ ସବୁ ଦିନ ପାଇଁ ଏକାକି ଛାଡି ଦେଇଗଲେ ନିଜ ବିଧବା ମା ସହିତ ସାରା ପରିବାରକୁ।

 

Leave A Reply

Your email address will not be published.