ଓଡିଶାର ପ୍ରଥମ ଗ୍ରାମୀଣ ସ୍ପେସ୍ ଲ୍ୟାବ୍ : ଏଥର ପିଲା ଜାଣିବେ ମହାକାଶ ବିଷୟରେ ଅନେକ କଥା
ପିଲା ପଢିବେ ଜ୍ଞାନ ବିଜ୍ଞାନ ପାଠ । ଜାଣିବେ ମହାକାଶ ବିଷୟ । କେମିତି ରକେଟ ତିଆରି ହୁଏ କେମିତି ଏହାର ବ୍ୟବହାର କରାଯାଏ । କେମିତି ଚନ୍ଦ୍ର ଜାନ-୩ ଚନ୍ଦ୍ରକୁ ଯାଇଥିଲା ।

କଣ୍ଟାବାଞ୍ଜି(କେନ୍ୟୁଜ) : ପିଲା ପଢିବେ ଜ୍ଞାନ ବିଜ୍ଞାନ ପାଠ । ଜାଣିବେ ମହାକାଶ ବିଷୟ । କେମିତି ରକେଟ ତିଆରି ହୁଏ କେମିତି ଏହାର ବ୍ୟବହାର କରାଯାଏ । କେମିତି ଚନ୍ଦ୍ର ଜାନ-୩ ଚନ୍ଦ୍ରକୁ ଯାଇଥିଲା । ଏନେଇ ଗତକାଲି କଣ୍ଟାବାଞ୍ଜି ମୁସକାନ ଇଣ୍ଟର ନ୍ୟାସନାଲ ସ୍କୁଲରେ ଓଡିଶାର ପ୍ରଥମ ଗ୍ରାମୀଣ ସେସ୍ପ ଲ୍ୟାବ ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ପୂର୍ବତନ ଇସ୍ରୋ ବୈଜ୍ଞାନିକଙ୍କ ଉପସ୍ଥିତରେ ଉଦଘାଟିତ ହୋଇଛି ।
କଣ୍ଟାବାଞ୍ଜିର ଏହି ସ୍କୁଲରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ପୂର୍ବତନ ଇସ୍ରୋ ବୈଜ୍ଞାନିକ ତଥା ମହାକାଶଚାରି ଟି.ଏନ . ସୁରେଶ କୁମାର , ଓଡିଶାର ସରକାରଙ୍କ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ , ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂ ଦେଓ , କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା , ପୂର୍ବତନ ବିଧାୟକ ଆୟୁବ ଖାନ , ଏନଏସି ଚେୟାରମ୍ୟାନ , ବେଲପଡା ବ୍ଲକ ଉପଧକ୍ଷ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସ୍କୁଲରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଓଡିଶାର ପ୍ରଥମ ଗ୍ରାମୀଣ ସ୍ପେସ ଲ୍ୟାବ ଆରମ୍ଭ ହୋଇଛି । ଯେଉଁ ଲ୍ୟାବ ମାଧ୍ୟମରେ ଛାତ୍ର ଛାତ୍ରୀ ମାନେ ବିଜ୍ଞାନ ବିଷୟରେ ଅଧିକ ଜାଣିପାରିବେ ।
ପୃଥିବୀରେ ପ୍ରଥମ ମହାକାଶ ଯାତ୍ରୀ କିଏ ଏବଂ କେବେ ଓ କେମିତି ମଙ୍ଗଳ ଗ୍ରହରେ ପହଞ୍ଚିଥିଲେ? ବର୍ତମାନ ସମୟରେ ଚନ୍ଦ୍ରଜାନ ୩ କେମିତି ଚନ୍ଦ୍ରକୁ ଗଲା । ତାହାକୁ ସ୍ପଷ୍ଟ ଭାବେ ଜାଣି ପାରିବେ । ଇସ୍ରୋରେ ଯାହା ବି କିଛି କରଯାଉଛି କେମିତି କରାଯାଉଛି ସେ ବିଷୟରେ ମଧ୍ୟ ଜ୍ଞାନ ପାଇପାରିବେ । ଏହି ଲ୍ୟାବକୁ ଇସ୍ରୋ ସଞ୍ଚାଳିତ କରୁଥିବା ନେଇ ସ୍କୁଲ କତୃପକ୍ଷ ସୂଚନ ଦେଇଛନ୍ତି ।
ଏପଟେ ଏଭଳି ଜ୍ଞାନ ପାଇବା ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବୈଜ୍ଞାନିକ ହେବାକୁ ମନୋଭାବ ଜାତ ହେବ ବୋଲି ପୂର୍ବତନ ଇସ୍ରୋ ବୈଜ୍ଞାନିକ ତଥା ଅନ୍ତରିକ୍ଷ ଯାତ୍ରୀ ଟି.ଏନ.ସୁରେଶ କୁମାର କହିଛନ୍ତି । ଏଭଳି ଲ୍ୟାବ ହେବା ଯୋଗୁ ଅଞ୍ଚଳର ନାଁ ହେବା ସହିତ ଛାତ୍ରଛାତ୍ରୀ ମାନେ ବିଜ୍ଞାନ ପ୍ରତି ଆକୃଷ୍ଟ ହେବା ସହ ନିଜେ ଜଣେ ବୈଜ୍ଞାନିକ ହେବାକୁ ଇଚ୍ଛା କରିବେ ବୋଲି ଉପସ୍ଥିତ ଅତିଥି ମାନେ କହିଥିଲେ ।
ଜ୍ଞାନ ବିଜ୍ଞାନର ଉନ୍ନତି ପାଇଁ ସାରା ଦେଶରେ ଚେଷ୍ଟା କରାଯାଇଛି । କଣ୍ଟାବାଞ୍ଜି ଭଳି ଏକ ଛୋଟ ସହରରେ ଓଡିଶାର ପ୍ରଥମ ଗ୍ରାମୀଣ ସ୍ପେସ ଲ୍ୟାବ ହେବା ଯୋଗୁଁ ଆଗାମୀ ଦିନରେ ବୈଜ୍ଞାନିକ ହେବାକୁ ଇଚ୍ଛା କରିଥିବା ଏହି ଅଞ୍ଚଳର ଶିଶୁ ମାନଙ୍କର ସ୍ଵପ୍ନ ନିହାତୀ ଭାବେ ବାସ୍ତବ ରୂପ ନେବ। ତେବେ ଏଭଳି ପ୍ରୟାସକୁ ସମଗ୍ର ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି ।