ଜାଡରେ ଜଡସଡ ସାରା ଓଡ଼ିଶା, ୧୦.୨ ଡିଗ୍ରୀ ସହ ରାଉରକେଲା ସବୁଠୁ ଥଣ୍ଡା ସହର
ଭୁବନେଶ୍ୱର : ଖସୁଛି ପାରଦ, ବଢୁଛି ଶୀତ । ଜାଡରେ ଜଡସଡ ସାରା ଓଡ଼ିଶା । ଆଗାମୀ ଦିନରେ ରାତି ତାପମାତ୍ରାରେ ହେବନି କୌଣସି ପରିବର୍ତ୍ତନ । ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ କମିବାର ସମ୍ଭାବନା ରହିଛି । ୫ରୁ ୭ ଦିନ ଯାଏଁ ବର୍ଷା ହେବାର ନାହିଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।
ଗତ ୨୪ ଘଣ୍ଟାରେ ରାଉରକେଲା ସବୁଠୁ ଥଣ୍ଡା ସହର ପାଲଟିଛି । ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ ରହିଥିଲା । ଫୁଲବାଣୀରେ ତାପମାତ୍ରା ୧୧ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡିରେ ବର୍ତ୍ତମାନ ୧୧.୫ ଡିଗ୍ରୀ ତାପାମାତ୍ରା ରେକର୍ଡ ହୋଇଛି । ସେହିଭଳି ମୟୂରଭଞ୍ଜରେ ଆଜି ସର୍ବନିମ୍ନ ୫ଡିଗ୍ରୀ ତଳକୁ ଖସିଛି ତାପମାତ୍ରା । ଉପର ବରାକାମୁଡା ରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ଏବଂ ଚହଲାରେ ୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ପ୍ରବଳ ଶୀତ ସହ କୁହୁଡିର ମଜା ନେବାକୁ ପ୍ରାତଭ୍ରମଣ ଓ ଚା’ ଦୋକାନରେ ଭିଡ଼ ଜମାଉଛନ୍ତି ପର୍ଯ୍ୟଟକ ସମେତ ସ୍ଥାନୀୟ ବାସିନ୍ଦା ।