ନକ୍ସଲ ଅଧ୍ୟୁଷିତ ରାଜ୍ୟର ବୈଠକ ପାଇଁ ଓଡ଼ିଶାର ରଣନୀତି ଚୂଡାନ୍ତ, ଆଜି ବସିଥିଲା ବୈଠକ

ଭୁବନେଶ୍ୱର: ଆଗାମୀ ୨୪ ତାରିଖରେ ରାୟପୁରରେ ୯ ଟି ନକ୍ସଲ ଅଧ୍ୟୁଷିତ ରାଜ୍ୟର ବୈଠକ ପାଇଁ ଆଜି ଚୂଡାନ୍ତ ହୋଇଛି ଓଡ଼ିଶାର ରଣନୀତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ପୋଲିସ ଡିଜି, ଗୃହ ସଚିବ, ଏଡିଜି ଅପରେସନ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

ଓଡ଼ିଶା ନକ୍ସଲ ମୁକାବିଲାରେ ଏକ ଆଦର୍ଶ ରାଜ୍ୟ ଭାବେ ପରିଗଣିତ । ସ୍ୱାଭିମାନ ଅଞ୍ଚଳର ସଫଳତା ବା ମାଓ ମୁକ୍ତ ହେବା ପରେ ଓଡିଶାକୁ ପାଇଲଟ ପ୍ରୋଜେକ୍ଟ ଭାବେ ଧରାଯାଇଛି । ଓଡ଼ିଶାରେ ଏପର୍ଯ୍ୟନ୍ତ ରହିଛି ୭ ଟି ନକ୍ସଲ ଅଧ୍ୟୁଷିତ ଜିଲ୍ଲା । ସେଗୁଡିକ ହେଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ ରାୟଗଡା ।

ସମଗ୍ର ଦେଶରେ ୨୦୧୩ ରେ ୧୦ ଟି ରାଜ୍ୟର ୧୨୬ ଜିଲ୍ଲା ନକ୍ସଲ ଅଧ୍ୟୁଷିତ ଥିବା ବେଳେ ୨୦୨୩ ଏପ୍ରିଲ ସୁଦ୍ଧା ଏହା ଖସି ଆସି ୩୮ ରେ ପହଞ୍ଚିଛି । ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଥିବା ଏହି ବୈଠକରେ ଓଡିଶା, ଛତିଶଗଡ଼, ଆନ୍ଧ୍ର, ଝାଡଖଣ୍ଡ, କେରଳ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ତେଲେଙ୍ଗାନା ଯୋଗଦେଵ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like