ଓଡିଶାର ସର୍ବ କନିଷ୍ଠ ସମିତି ସଭ୍ୟ ପ୍ରାର୍ଥୀ: ମାତ୍ର ୨୧ ବର୍ଷରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି

ସାଲେପୁର(କେନ୍ୟୁଜ୍): ବୟସ ମାତ୍ର ୨୧ ବର୍ଷ ୬ ମାସ। ପ୍ରାର୍ଥୀ ସମିତି ସଭ୍ୟ। କେବଳ ପୁସିଂ କାର୍ଡ ଓ ବ୍ୟାନରରେ କରୁଛନ୍ତି ପ୍ରଚାର। କେବଳ ହାତଲେଖା ଦୁଇ ଫର୍ଦ କାଗକ ନେଇ ସାଙ୍ଗ ସାଥୀଙ୍କ ସହ ଲୋକଙ୍କ ପାଖକୁ ଯାଉଛନ୍ତି। ଏଭଳି  ଜଣେ ପ୍ରାର୍ଥୀଙ୍କ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ତେନ୍ତୋଳ ଗ୍ରାମ ପଞ୍ଚାୟତରେ।  ସମିତି ସଭ୍ୟ ପ୍ରାର୍ଥୀ ହିମାଂଶୁ ସାହୁ ଏବେ ନିଜ ପ୍ରଚାରରେ ଲାଗିପଡିଛନ୍ତି।

samit sabhaya

ଭୋଟରଙ୍କୁ ଭୋଟ ପ୍ରାର୍ଥନା କରିବା ପୂର୍ବରୁ ହାତ ଲେଖା କାଗଜଟିଏ ହାତକୁ ବଢ଼ାଉଛନ୍ତି। ସେଥିରେ ଲେଖା ଅଛି ସେ ଜିତିଲେ ପଞ୍ଚାୟତ ପାଇଁ କଣ କଣ କରିବେ। ଏଭଳି ଏକ ଭିନ୍ନ ପ୍ରଚାର ଦେଖିବାକୁ ମିଳିଛି ଏହି ସର୍ବ କନିଷ୍ଠ ପ୍ରାର୍ଥୀଙ୍କ ପାଖରେ।  ଭୋଟ ଲିଷ୍ଟରେ ନାଁ ଉଠିବା ପରେ ହିମାଂଶୁ ପ୍ରଥମ ଥର ପାଇଁ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.