ଓଡ଼ିଶୀ ସଂକୀର୍ତ୍ତନର ପୁନରୁଦ୍ଧାର ପ୍ରୟାସ, କଣ୍ଟାପଡ଼ା ବ୍ରାହ୍ମଣସାଇଲୋ ଗାଁରେ ଦିଆଯାଉଛି ପ୍ରଶିକ୍ଷଣ

ଭୁବନେଶ୍ୱର : ଆମ ରାଜ୍ୟର ବହୁ ପ୍ରାଚୀନ ଲୋକକଳା ତଥା ସଂସ୍କୃତି ସହ ଜଡ଼ିତ ରହିଛି ଓଡିଶୀ ସଂକୀର୍ତ୍ତନ । ତେବେ ସମୟ ଅନୁସାରେ କ୍ରମେ ଏହା ଲୋପ ପାଇବାକୁ ବସିଲାଣି। ସଙ୍କୀର୍ତ୍ତନ ଆଖଡ଼ାର ପୁନରୁଦ୍ଧାର କରିବା ପାଇଁ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣସାଇଲୋ ଗ୍ରାମରେ ଏ ନେଇ ଏକ ମହତ୍‌ ପ୍ରୟାସ ଆରମ୍ଭ ହୋଇଛି ।

ଗାଁର ବ୍ରହ୍ମେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ଓଡ଼ିଶୀ ସଂକୀର୍ତ୍ତନ ଶିକ୍ଷା ଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଥିରେ ଓଡ଼ିଶୀ ସଂକୀର୍ତ୍ତନ ଶିକ୍ଷା ଦେଉଛନ୍ତି ଦୁଇ ଜଣ ଅଭିଜ୍ଞ ବ୍ୟକ୍ତି । ଗାୟକ ସରୋଜ କୁମାର ଆଚାର୍ଯ୍ୟ ଏବଂ ମୁଖ୍ୟ ଗାୟକ କୈଳାସ ଚନ୍ଦ୍ର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଓଡ଼ିଶୀ ସଂକୀର୍ତ୍ତନ କଳା କିପରି ରାଜ୍ୟ ରେ ବଞ୍ଚି ରହିବ ଏବଂ ବର୍ତ୍ତମାନ ଓ ଆଗାମୀ ପିଢ଼ି ଏହାକୁ ମନେ ରଖିବେ ସେଥିପାଇଁ ଶିକ୍ଷାଦାନ କରାଯାଉଛି ।

SANKIRTANA-2

ଏ ଦିଗରେ ଆଗ୍ରହୀ ଥିବା ଛୋଟ ଛୋଟ ପିଲାମାନଙ୍କୁ ସେମାନେ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ଓଡ଼ିଶୀ ନାମ ସଂକୀର୍ତ୍ତନକୁ ବଞ୍ଚାଇ ରଖିବା ପାଇଁ ଅନ୍ୟମାନେ ସହଯୋଗ କରିବା ସହ ଏଥିପାଇଁ ପ୍ରୋତ୍ସାହନ ଦେବାକୁ ସରୋଜ କୁମାର ଆଚାର୍ଯ୍ୟ ଓ ତାଙ୍କ ସାଥୀମାନେ ଅନୁରୋଧ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.