ସ୍ଥାନାନ୍ତରିତ ହେବ ନାହିଁ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ

କଟକ : ସ୍ଥାନାନ୍ତରିତ ହେବ ନାହିଁ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ । କଟକରେ ହିଁ କାର୍ଯ୍ୟାଳୟ ରହିବ । କେବଳ ବିଭାଗର କିଛି ଅଂଶ ଏବେ ଭୁବନେଶ୍ଵରରେ ଚାଲୁଛି । ସ୍ଥାନ ଅଭାବରୁ ଏଭଳି ପଦକ୍ଷେପ ନିଆଯାଇଛି । କିଛି ପୁରୁଣା ଫାଇଲ୍ ତଥ୍ୟ ଏବେ ବିଧାନସଭା ଅଧିବେଶନ ରେ ଆବଶ୍ୟକତା ରହିଛି  । ତେଣୁ କିଛି ପୁରୁଣା ଫାଇଲ୍ କାଢି ତଥ୍ୟ ଯାଞ୍ଚ କରୁଛୁ ବୋଲି ଅବକାରୀ କମିସନର ଆଇ ଜି ନରସିଂହ ଭୋଳ ସୂଚନା ଦେଇଛନ୍ତି ।

ପୂର୍ବରୁ ଅବକାରୀ ନିର୍ଦେଶାଳୟ କାର୍ଯ୍ୟାଳୟକୁ ଭୁବନେଶ୍ଵର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ କରିଥିଲେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସ । ଗତକାଲି ଅବକାରୀ ନିର୍ଦେଶାଳୟ କାର୍ଯ୍ୟାଳୟକୁ ସୋଫିଆ ପରିଦର୍ଶନ କରିଥିଲେ  । ନଥ୍ ପତ୍ରଗୁଡ଼ିକ ଏଣେ ତେଣ ପଡ଼ିଥିବା ଦେଖିଥିଲେ । ଏହାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।