ନେପାଳ ଦୂତାବାସର କାଉନସିଲରମାନେ କିଟ୍ ପଦକ୍ଷେପରେ ସନ୍ତୁଷ୍ଟ ବୋଲି କହିଛନ୍ତି କୁଳସଚିବ

ଭୁବନେଶ୍ୱର : କ୍ୟାମ୍ପସରେ ଏକ ଶାନ୍ତିପୂର୍ଣ୍ଣ ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ କିଟ୍ ପ୍ରତିଶ୍ରୁତିବଦ୍ଧ ।  ଏହାସହ କଠିନ ସମୟରେ ଏକ ପରିବାର ଭଳି କାର୍ଯ୍ୟ କରିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି କିଟ୍ କୁଳସଚିବ ପ୍ରଫେସର ଜ୍ଞାନରଂଜନ ମହାନ୍ତି ।   କିଟ୍ ଛାତ୍ରୀ ପ୍ରକୃତିଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ସହ କିଟ୍ ଦୃଢ଼ ଭାବେ ଠିଆ ହୋଇଛି ବୋଲି ସେ କହିଛନ୍ତି ।

କିଟ୍ ତୁରନ୍ତ ସବୁ ପ୍ରକାର କଡ଼ା ପଦକ୍ଷେପ ନେଇଛି ।  ସରକାରଙ୍କ ତଦନ୍ତକୁ କିଟ୍ ସମ୍ପୂର୍ଣ୍ଣ ସମର୍ଥନ କରୁଛି ।  ଏ ମାମଲାକୁ ନେଇ କମିଟି ଗଠନକୁ ସ୍ବାଗତ କରାଯାଉଛି।  ନ୍ୟାୟ ସହ ତଦନ୍ତରେ ପାରଦର୍ଶିତା ପାଇଁ ସମସ୍ତ ସହଯୋଗ କରାଯାଉଛି ବୋଲି କହିଛନ୍ତି କୁଳସଚିବ ।  ସମସ୍ତ ନେପାଳ ଛାତ୍ରଛାତ୍ରୀଙ୍କ ସହ ସମ୍ପର୍କ ସ୍ଥାପନ କରାଯାଇଛି ।

ଆରମ୍ଭ ହୋଇ ସାରିଛି ଫେରିବା ପ୍ରକ୍ରିୟା ।  ସେମାନଙ୍କୁ ଆର୍ଥିକ ସାହାଯ୍ୟ ସହ ପ୍ରଦାନ କରାଯାଉଛି ଗମନାଗମନ ସୁବିଧା ।  ନେପାଳ ଛାତ୍ରଛାତ୍ରୀ ସୁରକ୍ଷିତ ଭାବେ ଯେପରି ଭଲରେ ରହି ପାରିବେ ତାହା ସୁନିଶ୍ଚିତ କରାଯାଇଛି।  ନେପାଳ ଦୂତାବାସର କାଉନସିଲରମାନେ କିଟ୍ ପଦକ୍ଷେପରେ ସନ୍ତୋଷ ପ୍ରକାଶ କରିଛନ୍ତି ବୋଲି କହିଛନ୍ତି କୁଳସଚିବ ପ୍ରଫେସର ଜ୍ଞାନରଂଜନ ମହାନ୍ତି ।

Also read: ପ୍ରକୃତିଙ୍କ ନାଁରେ କିଟରେ ମେଧାବୃତ୍ତି ଘୋଷଣା କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା