ଚିଲିକା ରାଜହଂସ ନିକଟରେ ଥିବା ମାଲେସିଆ ଜାହାଜରୁ ତେଲ ବାହାର କରିବା ପ୍ରକ୍ରିୟା ଆରମ୍ଭ

କେନ୍ୟୁଜ୍: ଚିଲିକା ରାଜହଂସ ନିକଟରେ ଥିବା ମାଲେସିଆ ଜାହାଜରୁ ତେଲ ବାହାର କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ କୋଲକତାରୁ ଏକ ବୈଷୟିକ ଟିମ୍‌ ଆସି ପହଞ୍ଚିଛନ୍ତି। ଆଜି ତେଲ କାଢି କଣ୍ଟେନରରେ ନେଇ ଜେଟିକୁ ଯିବେ । ତେଲ କାଢିବା ପ୍ରକ୍ରିୟା ପାୟ ୩ ଦିନ ଚାଲିବ । ଏହାପରେ ଜହାଜରୁ ତେଲ ନେବାର ବ୍ୟବସ୍ଥା କରିବେ । ସେପଟେ ଜାହାଜର କଣ୍ଟେନର୍‌ର ଗୋଟିଏ ପାଶ୍ୱ ଢଳି ପଡିଛି । ଖରାପ ପାଗ ଏବଂ ସମୁଦ୍ରରେ ଜୁଆର ଯୋଗୁଁ କଣ୍ଟେନର ଢଳି ପଡିଥିବା ଜଣାପଡିଛି । ୨ରୁ୩ ଦିନ ମଧ୍ୟରେ କଣ୍ଟେନର ଓ ଜାହାଜ ଫେରିଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଅଗଷ୍ଟ ୭ ତାରିଖରେ ଯାନ୍ତ୍ରିକ ତୃଟି ଯୋଗୁ ମାଲେସିଆ ଜାହାଜ ଭାସିଆସି ଚିଲିକା କୂଳରେ ଲାଗିଥିଲା । ଏଥିସହ ଏହାର ବୈଷୟିକ ତ୍ରୁଟି ଦେଖାଦେଇଥିଲା । ଏ ନେଇ ତଟରକ୍ଷୀ ବାହିନୀ ପକ୍ଷରୁ ଜାହାଜ ମାଲିକଙ୍କୁ ଜଣାଯାଇଥିଲା । ଜାହାଜରେ ୩୦ ହଜାର ଲିଟର ଡିଜେଲ, ଏକ ହଜାର ଲିଟର ଲ୍ୟୁବ ଅଏଲ ଏବଂ ୨୦୦ ଲିଟର ହାଇଡ୍ରୋଲିକ ତେଲ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.