ବାଲେଶ୍ୱର : ଡବା ଛାଡି ଇଞ୍ଜିନ୍ ଛୁ, ଲୋକେ ଟ୍ୟାଙ୍କରରୁ ବୋହିନେଲେ ତେଲ

ବାଲେଶ୍ୱର(କେନ୍ୟୁଜ୍) : ଡବା ଛାଡି ଇଞ୍ଜିନ୍ ଛୁ। ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଷ୍ଟ୍ଟେସନରେ ଘଟିଛି ଏହି ଘଟଣା। ଗତକାଲି ଏକ ତେଲ ବୋଝେଇ ମାଲବାହୀ ଟ୍ରେନ୍ ପାରାଦୀପରୁ ବାଲେଶ୍ୱରରୁ ଆସୁଥିଲା। ତେବେ ଟ୍ୟାଙ୍କରରୁ ତେଲ ଲିକ୍ ହେଉଥିବା ଜାଣିବାକୁ ପାଇବା ପରେ ବାହାନାଗା ଷ୍ଟେସନରେ ୨ଟି ବଗି ଛାଡି ପଳାଇଥିଲା। ଅନ୍ୟପଟେ ଏହାର ସୁଯୋଗରେ ଷ୍ଟେସନରେ ଥିବା ୨ଟି ଟ୍ୟାଙ୍କରରୁ ଲୋକମାନେ ତେଲ ବୋହି ନେଇଯାଇଥିଲେ।

trainଗତକାଲି ୫୨ଟି ତେଲ ବୋଝେଇ ଟ୍ୟାଙ୍କରକୁ ନେଇ ମାଲବାହୀ ଟ୍ରେନ୍ ପାରାଦୀପରୁ ବାଲେଶ୍ୱର ସୁବାରାମପୁର ଡିପୋକୁ ଯାଉଥିଲା। ବାଲେଶ୍ୱରରେ ଉଚ୍ଚ ଅଧିକାରୀଙ୍କୁ ଜଣାଇବାକୁ ଯାଇଥିବାବେଳେ ଟ୍ୟାଙ୍କରରୁ ସ୍ଥାନୀୟଲୋକେ ତେଲ ଲୁଟ୍ କରୁଥିବା ନଜର ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like