ଖୁସି ଖବର! ଜୁଲାଇ ମାସରେ କମ୍ ହେବାକୁ ଯାଉଛି ପେଟ୍ରୋଲ ଏବଂ ଡ଼ିଜେଲ ଦର

ନୂଆଦିଲ୍ଲୀ : କେନ୍ଦ୍ରୀୟ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ ତୈଳ ଦର ସମ୍ବନ୍ଧୀୟ ଏକ ଖାସ ଘୋଷଣା କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେଷ୍ଟାରେ ଦେଶର ତୈଳ ନିର୍ଣ୍ଣାୟକ ସଂଙ୍ଗଠନ (ଓପିଇସି) ଅଶୌଧିତ ତେଲର ଉତ୍ପାଦନ ବଢ଼ାଇବା ପାଇଁ ନିର୍ଣ୍ଣୟ ନିଆଯାଇଛି। ଏଥିପାଇଁ ଆସନ୍ତା ମାସରେ ତୈଳ ଦର କମ ହେବାର ସମ୍ଭାବନା ରହିଛି।

ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଇଣ୍ଟରଭ୍ୟୁରେ କହିଛନ୍ତି, ବିଗତ ମାସେ ହେବ ତୈଳ ଦରରେ ବହୁ ପ୍ରକାରର ପରିବର୍ତ୍ତନ ଦେଖବାକୁ ମିଳିଛି। ପାଖାପାଖି ୨.୫ଟଙ୍କା ପେଟ୍ରୋଲ ଦର କମ୍ ହୋଇଥିବା ବେଳେ ଡ଼ିଜେଲ ଦର ୨ଟଙ୍କା ପର୍ୟ୍ୟନ୍ତ କମ୍ ହୋଇଛି। ତେବେ ଜୁଲାଇ ମାସ ପରଠାରୁ ତୈଳ ଦର ଆହୁରି କମ୍ ହେବ ବୋଲି କହିଛନ୍ତି ପେଟ୍ରୋଲିୟମ୍ ମନ୍ତ୍ରୀ ।

ଏହା ସହ ପ୍ରଧାନ କହିଛନ୍ତି , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓପିଇସି ସମ୍ମୁଖରେ ଏକ ନିଆରା ଢ଼ଙ୍ଗରେ ନିଜର ମତ ରଖିଥିଲେ । ଓପିଇସି ପ୍ରାୟ ଦେଢ଼ବର୍ଷ ପରେ ଏହି ତୈଳ ଦରରେ ନିର୍ଣ୍ଣୟ ନେବା ଜଣାପଡ଼ିଛି। ଏହି ନୂତନ ମୂଲ୍ୟଟି ଆସନ୍ତା ଜୁଲାଇ ମାସରୁ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀଙ୍କ ଅନୁଯାୟୀ ଆସନ୍ତା ୨୦-୨୫ବର୍ଷକୁ ଉର୍ଜାର ବଜାର ବହୁତ ଭଲ ହେବାର ଅଛି। ଯଦି ଭାରତ ସହ ତାଙ୍କୁ ଭଲ ସଂପର୍କ ରଖିବାର ଅଛି ତେବେ ତାଙ୍କୁ ଭାରତୀୟ ଗ୍ରାହକଙ୍କର ଧ୍ୟାନ ରଖିବାକୁ ପଡ଼ିବ । ଏଣୁ ଏଥିପାଇଁ ତାଙ୍କୁ ତୈଳର ଦର ଭାରତୀୟଙ୍କ ଆବଶ୍ୟକତା ଅନୁଯାୟୀ ତୈଳ ଦର କମ୍ କରିବାକୁ ପଡ଼ିବ । ଏଣୁ ଆସନ୍ତା ଜୁଲାଇ ମାସରେ ଭାରତରେ ତୈଳ ଦରରେ ଭିଷଣ ପରିବର୍ତ୍ତନ ହେବ ବୋଲି ଜଣାପଡ଼ୁଛି।

Leave A Reply

Your email address will not be published.