ହୁତୁ ହୁତୁ ହୋଇ ଜଳିଗଲା ତେଲ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ଭଦ୍ରକ (କେନ୍ୟୁଜ): ଜାତୀୟ ରାଜପଥ ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର। ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟ, ତେଲ ବୋଝେଇ ଟ୍ରକଟି ଭୁବନେଶ୍ୱରରୁ ଭଦ୍ରକ ଯାଉଥିବାବେଳେ ଆଉ ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା।

ଫଳରେ ତେଲ ବୋଝେଇ ଟ୍ରକରେ ନିଆଁ ଲାଗି ଯାଇ ଜଳିଯାଇଥିଲା। ଟ୍ରକ ମଧ୍ୟରେ ଥିବା ଡ୍ରାଇଭର ଓ ହେଲପର ତୁରନ୍ତ ବାହାରକୁ ଡେଇଁ ପଡିଥିଲେ। ଟ୍ରକରେ ନିଆଁ ଲାଗିଥିବାରୁ ଦୀର୍ଘ ସମୟ ଧରି ଜାତୀୟ ରାଜପଥ ଉପରେ ଗାଡି ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ଭଣ୍ଡାରୀପୋଖରୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.