ପିଇବା ପାଣି ଭାସୁଛି ତେଲିଆ ପଦାର୍ଥ, ହେଉଛି ଉତ୍କଟ ଦୁର୍ଗନ୍ଧ

ନଳକୂପ ଗୁଡିକ ନଷ୍ଟ ହୋଇଗଲାଣି । ପାଣି ଉପରେ ଭାସୁଛି ତେଲିଆ ପଦାର୍ଥ । ଆଉ ଏଥିରୁ ବାହାରୁଛି ଉତ୍କଟ ଦୁର୍ଗନ୍ଧ । ଏଥିରେ ମୁହଁ ଧୋଇଲେ ଦାନ୍ତ କଳା ପଡିଯାଉଛି । ଲୁଗାପଟା ଓ ବାସନ ଧୋଇଲେ ତାହା ମଧ୍ୟ କଳା ହୋଇଯାଉଛି ।

ଯାଜପୁର(କେନ୍ୟୁଜ): ନଳକୂପ ଗୁଡିକ ନଷ୍ଟ ହୋଇଗଲାଣି । ପାଣି ଉପରେ ଭାସୁଛି ତେଲିଆ ପଦାର୍ଥ । ଆଉ ଏଥିରୁ ବାହାରୁଛି ଉତ୍କଟ ଦୁର୍ଗନ୍ଧ । ଏଥିରେ ମୁହଁ ଧୋଇଲେ ଦାନ୍ତ କଳା ପଡିଯାଉଛି । ଲୁଗାପଟା ଓ ବାସନ ଧୋଇଲେ ତାହା ମଧ୍ୟ କଳା ହୋଇଯାଉଛି । ପାଣି ପିଇ ଅନେକ ଲୋକ ଝାଡାବାନ୍ତି ଓ ଚର୍ମରୋଗର ଶୀକାର ହେଉଛନ୍ତି । ତେଣୁ ବାଧ୍ୟ ହୋଇ ଲୋକେ ସେହି ଆଇରନ୍ ମିଶା ପାଣି ବ୍ୟବହାର କରୁଛନ୍ତି ।

କିଛି ଲୋକ କୂଅ ପାଣି ବ୍ୟବହାର କରୁଛନ୍ତି । କିନ୍ତୁ କୂଅ ଗୁଡିକ ଅବସ୍ଥା ମଧ୍ୟ ଅତ୍ୟନ୍ତ ଅସ୍ଵାସ୍ଥ୍ୟକର । କୂଅ ପାଖରେ ଚାନ୍ଦିନୀ ନାହିଁ କି କୂଅ ଉପରେ ଢାଙ୍କୁଣି ନାହିଁ । ବର୍ଷା ଦିନେ ରାସ୍ତାଘାଟ ପାଣି କୂଅରେ ପଶିଯାଉଛି । କୂଅ ଗୁଡିକ ଉଝୁଳା ହେଉନି କିମ୍ବା ଏହାକୁ ବିଶୋଧନ କରାଯାଉନି । ଏପଟେ ଖରାଦିନେ କୂଅରୁ ପାଣି ଶୁଖି ଯାଉଛି । ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି ।

ଏପଟେ ନଳକୂପ ଗୁଡିକରୁ ଆଇରନ ପାଣି ବାହାରୁ ଥିବାରୁ ଏଠାରେ ଆଇରନ୍ ରିମୁଭାଲ୍ ପ୍ଲାଣ୍ଟ ବସାଇବାକୁ କୌଣସି ପଦକ୍ଷେପ ନିଆଯାଉନି । ଲୋକମାନେ ଆଶାରେ ଅଛନ୍ତି ସେମାନଙ୍କ ପାନୀୟ ଜଳ ସମସ୍ୟା ସମାଧାନ ହେବ ବୋଲି । ପାନୀୟ ଜଳ ସମସ୍ୟା ବିଷୟରେ ଅନେକ ଥର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସେପଟେ ପଞ୍ଚାୟତରେ ପାଣିସମସ୍ୟା ନାହିଁ ବୋଲି ଆରଡବ୍ଲ୍ୟୁଏସଏସ ପକ୍ଷରୁ କୁହାଯାଉଥିବା ବେଳେ ନଠୁଆବର ପଞ୍ଚାୟତ ଏଥିରୁ ବାଦଗଲା କିପରି? ସେପଟେ ରସୁଲପୁର ବ୍ଲକର ବିଡିଓଙ୍କୁ ପଚାରିବାରୁ ସେ କହିଲେ ଖୁବ୍ ଶୀଘ୍ର ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ।

ଦିନ ପରେ ଦିନ ଗଡିଚାଲିଛି, ହେଲେ ନାଁ ଏହାର ମରାମତି ହେଉଛି ନାଁ ଏହା କାର୍ଯ୍ୟକ୍ଷମ ହେଉଛି । ଫଳରେ ଲୋକେ ପାଣି ପାଇଁ ନାନା ହଇରାଣ ହରକତ ହେଉଛନ୍ତି । ତେବେ କେବେ ହେବ ପ୍ରକଳ୍ପର ପୂର୍ଣ୍ଣ କାର୍ଯ୍ୟକ୍ଷମ ଆଉ କେବେ ହେବ ପାଣି ସମସ୍ୟାର ସ୍ଥାୟୀ ସମାଧାନ ତାକୁ ଚାହିଁ ବସିଛନ୍ତି ଅଞ୍ଚଳବାସୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.