OISFର ହେବ ଆଉ ଏକ ବାଟାଲିଅନ, ମୋଟ୍ ୧୦୪୦ଟି ପଦବୀ ସୃଷ୍ଟି ହେବ

ଭୁବନେଶ୍ୱର : ରାଜ୍ୟରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଉ ଏକ ବାଟାଲିଅନ ହେବ । ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମଞ୍ଜୁରି ମିଳିଛି । ନୂଆ ବାଟାଲିଅନ ପାଇଁ ମୋଟ୍ ୧୦୪୦ଟି ପଦବୀ ସୃଷ୍ଟି ହେବ ବୋଲି ସୂଚନା ମିଳିଛି । ତେବେ ବର୍ତ୍ତମାନ ରାଜ୍ୟରେ OISFର ଗୋଟିଏ ବାଟାଲିଅନ ଅଛି ।
ଆହୁରି ପଢ଼ନ୍ତୁ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ପେନର ରାଷ୍ଟ୍ରଦୂତ: ବାଣିଜ୍ୟ, ଶିଳ୍ପ ଓ ସାଂସ୍କୃତିକ ସମ୍ପର୍କ ସୁଦୃଢ କରିବା ଉପରେ…