ଆଜିଠୁ ଓଜେଇଇ କାଉନସେଲିଂ

ଭୁବନେଶ୍ୱର : ଆଜିଠୁ ଓଜେଇଇ କାଉନସେଲିଂ। ସରକାରୀ ଏବଂ ବେସରକାରୀ ଇଞ୍ଜିନିୟରିଂ ମହାବିଦ୍ୟାଳୟ ଏବଂ ଘରୋଇ ବିଶ୍ବବିଦ୍ୟାଳୟରେ ସ୍ନାତ୍ତକ ଓ ସ୍ନୋତ୍ତୋକତର ବୈଷୟିକ ପାଠ୍ୟକ୍ରମେର ନାଁ ଲେଖାଇବା ପାଇଁ ଆଜିଠାରୁ କାଉନସେଲିଂ ଆରମ୍ଭ ହେଉଛି ।
www.ojee.nic.inରେ ଲଗଇନ୍ କରି ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରିବେ। ଏମଟେକ୍, ଏମ୍ ଆର୍କ , ଏମ୍. ପ୍ଲାନ, MBA, MCA ଓ କମ୍ପ୍ୟୁଟର ସାଇନସ ପାଠ୍ୟକ୍ରମରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଅନଲାଇନରେ ପଞ୍ଜୀକରଣ କରିପାରିବେ। ପୂର୍ବାହ୍ଣ ୧୧ଟାରୁ ପଞ୍ଜୀକରଣ ଆରମ୍ଭ ହେବ। ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ନାମଲେଖା ପ୍ରକ୍ରିୟା। ତିନୋଟି ପର୍ଯ୍ୟାୟରେ ଚାଲିବ ନାମଲେଖା ।