ଆଜିଠୁ ଆରମ୍ଭ ହୋଇଛି ଓଜେଇଇ କାଉନସେଲିଂ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ଓଜେଇଇ କାଉନସେଲିଂ। ଏମ୍.ଟେକ୍, ଏମ୍. ଆରକ୍, ଏମ୍. ପ୍ଲାନ ଓ ବି. ଫାର୍ମା ପାଠ୍ୟକ୍ରମ ପାଇଁ ଆରମ୍ଭ ହୋଇଛି କାଉନସେଲିଂ। ଏହି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟ୍ www.ojee.nic.in କୁ ଯାଇ ନାମ ପଞ୍ଜୀକରଣ ଏବଂ ପସନ୍ଦ ପୁରଣ କରିପାରିବେ। ନାମ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କୁ ଜୁଲାଇ ୯ରେ ସେମାନଙ୍କ ସିଲେକ୍ସନ କଲେଜ ସମ୍ପର୍କରେ ଜଣାଇ ଦିଆଯିବ। ବି. ଫାର୍ମା ପାଠ୍ୟକ୍ରମ ପାଇଁ ନାମ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କୁ ଜୁଲାଇ ୧୩ରେ ସିଲେକ୍ସନ କଲେଜ ଜଣାଇ ଦିଆଯିବ।