ଅକ୍ଟୋବର ୧୨ ରୁ ୧୯ ଯାଏଁ ହେବ ଚଳିତ ଶିକ୍ଷାବର୍ଷର ଓଜେଇଇ ପରୀକ୍ଷା, ସୂଚନା ଦେଲେ ଅଧ୍ୟକ୍ଷ

ଭୁବନେଶ୍ୱର( କେ ନ୍ୟୁଜ): ଚଳିତ ଶିକ୍ଷା ବର୍ଷର ଓଜେଇଇ ପାଇଁ ନିର୍ଦ୍ଧାରିତ ହେଲା ତାରିଖ । ଆସନ୍ତା ମାସ ଅର୍ଥାତ ଅକ୍ଟୋବର ୧୨ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ସୂଚନା ଦେଲେ ଓଜେଇଇ ଅଧ୍ୟକ୍ଷ । କୋଭିଡ କଟକଣା ପାଇଁ ମେ ମାସରେ ଅନୁଷ୍ଠିତ ହେବାକୁ ଥିବା ଓଜେଇଇ ପରୀକ୍ଷା ଅନିର୍ଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚା ଯାଇଥିଲା । ଏହି ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ୍‌ ଟେଷ୍ଟ ବା CBT ମୋଡ୍‌ରେ ଅନୁଷ୍ଠିତ ହେବ । ପ୍ରତିଦିନ ୩ଟି ସିଫ୍‌ଟରେ ପରୀକ୍ଷା ହେବ ବୋଲି ଜଣାଯାଇଛି ।

ସେପଟେମ୍ବର ଶେଷ ସୁଦ୍ଧା ଓଜେଇଇ ୱେବସାଇଟ୍‌ରେ ପରୀକ୍ଷା ସଂପର୍କରେ ସବିଶେଷ ସୂଚନା ଦିଆଯିବ । ଆଡମିଟ୍‌ କାର୍ଡ, ରୋଲ୍‌ ନମ୍ବର, ସିଫ୍‌ଟ, ସେଣ୍ଟର, ସମସ୍ତ ସୂଚନା ୱେବସାଇଟ୍‌ରେ ଉପଲବ୍‌ଧ ହେବ । ଚଳିତଥର ୫୩ କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ । ୨୧ ସହରର ୫୦ କେନ୍ଦ୍ରରେ ପରୀକ୍ଷା ଆୟୋଜନ କରାଯାଇଛି । ଓଡିଶା ବାହାର ସହର ଭାବରେ ରାଞ୍ଚି, କୋଲକାତା, ପାଟଣାରେ ପରୀକ୍ଷା ଆୟୋଜନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.