ଆଜିଠୁ ଓଳାଶୁଣି ଯାତ୍ରା ଆରମ୍ଭ, ୧୫ ଦିନ ଧରି ଚାଲିବ ଯାତ୍ରା

ସରିଲା ମହାପୁରୁଷ ଅରକ୍ଷିତ ଦାସଙ୍କ କେଶ ଯାତ୍ରା l ଆଜିଠାରୁ ୧୫ ଦିନ ଧରି ଓଳାଶୁଣି ଯାତ୍ରା।

ସରିଲା ମହାପୁରୁଷ ଅରକ୍ଷିତ ଦାସଙ୍କ କେଶ ଯାତ୍ରା l ଆଜିଠାରୁ ୧୫ ଦିନ ଧରି ଓଳାଶୁଣି ଯାତ୍ରା। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ଗ୍ରାମର ପ୍ରମିଳା ମହାରଣାଙ୍କ ଘରେ ଦୀର୍ଘ ୨୬ ବର୍ଷ ଧରି ସନ୍ଥ ଅରକ୍ଷିତ ଦାସଙ୍କ କେଶ ପୁଜା ପାଇ ଆସୁଛି l ତେବେ ସନ୍ଥ ଅରକ୍ଷିତ ଦାସଙ୍କ 187ତମ ପବିତ୍ର ମହାପ୍ରାୟଣ ଦିବସ ଅବସରରେ କେଶଯାତ୍ରା ଶେଷ ହୋଇଛି।

ପ୍ରମିଳା ମହାରଣାଙ୍କ ବାସଭବନ ରେ ରଖାଯାଇଥିବା କେଶକୁ ଗ୍ରାମଦେବତୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା। ଗୋଟି ଏ ଦିନ ପରେ ପୁନର୍ବାର ପ୍ରମିଳା ମହାରଣା ଙ୍କ ବାସଭବନ କୁ ଅଣାଯାଇଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ ଥିବା ସାଧୁସନ୍ଥ ଓ ଶ୍ରଦ୍ଧାଳମାନେ ଓଳାଶୁଣିରେ ଭିଡ ଜମାଇଲେଣି। ଯାତ୍ରା ପାଇଁ ପଡିଛି ଭଳିକି ଭଳି ପସରା।