କଦଳୀ ଗଛ କାଟି ମାଟି ଖୋଳିବା ବେଳ ତଳୁ ବାହାରିଲା ପୁଳା ପୁଳା ପାଞ୍ଚଶହ ଟଙ୍କିଆ ନୋଟ,ଶ୍ରମିକ ଦେଖି ଟେରା

କଟକ ଜିଲ୍ଲା ବାଙ୍କୀ ତହସିଲଦାରଙ୍କ ସରକାରୀ ବାସଭବନ ମରାମତି ଓ ରଙ୍ଗକାର୍ଯ୍ୟ ଚାଲିଥିବା ବେଳେ ମାଟିତଳୁ ଟଙ୍କା ଠାବ ହୋଇଛ। କ୍ୱାର୍ଟର ପଛ ପାଚେରୀ ମଧ୍ୟରେ ଥିବା କଦଳୀ ଗଛକୁ କାଟି ମାଟି ଖୋଳିଥିଲେ ଶ୍ରମିକ। ମାଟି ଖୋଳୁଥିବା ବେଳେ ବାହାରିଥିଲା ବହୁ ପାଞ୍ଚ ଶହ ଟଙ୍କିଆ ନୋଟ। ନୋଟ ବାହାରିବା ଦେଖି ଶ୍ରମିକମାନେ ନୋଟକୁ ଆଣି ବାହାରେ ରଖିଥିଲେ।

ବାଙ୍କୀ(କେନ୍ୟୁଜ୍): ମାଟିରୁ ବାହାରିଲା ପୁଳା ପୁଳା ପାଞ୍ଚଶହ ଟଙ୍କିଆ ନୋଟ। ତହସିଲଦାରଙ୍କ ସରକାରୀ ବାସଭବନ ମରାମତି କାର୍ଯ୍ୟ ଚାଲିଥିବା ବେଳେ ବାହାରିଲା ଟଙ୍କା। କଟକ ଜିଲ୍ଲା ବାଙ୍କୀ ତହସିଲଦାରଙ୍କ ସରକାରୀ ବାସଭବନ ମରାମତି ଓ ରଙ୍ଗକାର୍ଯ୍ୟ ଚାଲିଥିବା ବେଳେ ମାଟିତଳୁ ଟଙ୍କା ଠାବ ହୋଇଛ। କ୍ୱାର୍ଟର ପଛ ପାଚେରୀ ମଧ୍ୟରେ ଥିବା କଦଳୀ ଗଛକୁ କାଟି ମାଟି ଖୋଳିଥିଲେ ଶ୍ରମିକ। ମାଟି ଖୋଳୁଥିବା ବେଳେ ବାହାରିଥିଲା ବହୁ ପାଞ୍ଚ ଶହ ଟଙ୍କିଆ ନୋଟ। ନୋଟ ବାହାରିବା ଦେଖି ଶ୍ରମିକମାନେ ନୋଟକୁ ଆଣି ବାହାରେ ରଖିଥିଲେ।

ମିଳିଥିବା ପାଞ୍ଚ ଶହ ଟଙ୍କିଆ ନୋଟ ପ୍ରାୟ ୧୦ହଜାର ଟଙ୍କାର ହେବ ବୋଲି କହିଛନ୍ତି ଟଙ୍କା ପାଇଥିବା ଶ୍ରମିକ। ପରେ ଏହି ଟଙ୍କାକୁ ସେମାନେ ଠିକାଜଦାରଙ୍କୁ ଜମା ଦେଇଛନ୍ତି। ଟଙ୍କା ବାହାରିବା ପରେ କାର୍ଯ୍ୟ ବନ୍ଦ ହୋଇଛି। ଏହା ପାଞ୍ଚଶହ ଟଙ୍କିଆ ନୋଟ ନୂଆ ହୋଇଥିବାରୁ ଟଙ୍କା କିଏ ଓ କାହିଁକି ପୋତିଲା ସେନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ଥିବା ତହସିଲଦାର ଟଙ୍କାକୁ ପୋତିଥିବା ସନ୍ଦେହ କରାଯାଉଛି। ଆଜି ଛୁଟିଥିବାରୁ ତହସିଲଦାର ଅନୁପସ୍ଥିତ ଥିବାରୁ ତାଙ୍କ ପ୍ରତିକ୍ରିୟା ଜଣାପଡ଼ିନାହିଁ ।.