ଆଶ୍ରମ ଏବେ ଠିକଣା, ହସଖୁସି ଖେଳାଖେଳିରେ ସମୟ ବିତିଯିବ

ଖୋର୍ଦ୍ଧା ଶଙ୍କରପୁର ସେବାଶ୍ରମ । ଯାହାର ନାଁ ରଖାଯାଇଛି ବରିଷ୍ଠ ନାଗରିକ ସେବାଶ୍ରମ । ଯେଉଁଠାରେ ନିଜ ଘରଅଗଣା ଛାଡି ଚାଲିଆସିଥିବା ବୁଦ୍ଧବୃଦ୍ଧା ରହିଛନ୍ତି । ଏହି ବୃଦ୍ଧାଶ୍ରମ ଚଳାଇଛନ୍ତି ଜଣେ ଦମ୍ପତ୍ତି । ଖାଦ୍ୟ, ପୋଷାକ, ବାସଗୃହ ସହ ଏମାନଙ୍କର ସ୍ୱାସ୍ଥ୍ୟ ସମସ୍ୟାର ଟିକନିକ ଖବର ବୁଝୁଛନ୍ତି ଦୁହେଁ । ପ୍ରତିଦିନ ଦିନକୁ ଅତିକମରେ ଏକ ଘଣ୍ଟା ସମୟ ବିତାନ୍ତି ଆଶ୍ରମରେ । ଆଶ୍ରମକୁ ଜଣେ ଡାକ୍ତର, ଜଣେ ନର୍ସ ଆସୁଛନ୍ତି । ଜଣେ ସୁପରିଟେଣ୍ଡେଣ୍ଟ ରହିବା ସହ ୪ଜଣ ଏମଟିଏସ ରହିଛନ୍ତି । ଖାଦ୍ୟ ପାଇଁ ରହିଛନ୍ତି ରୋଷେୟା । ତା ସହ ୧୦ରୁ ୧୨ଜଣ ଷ୍ଟାପ ରହିଛନ୍ତି ଏମାନଙ୍କର ସମସ୍ତ କଥା ବୁଝାବୁଝି କରିବାକୁ । ଏହି ବରିଷ୍ଠମାନଙ୍କୁ ଏଠି ପୂଜା କରାଯାଏ । ହସଖୁସି ଆଉ ଖେଳାଖେଳିରେ ସମୟ ବିତିଯାଏ ଏମାନଙ୍କର ।

ଆଶ୍ରମର କର୍ତ୍ତାଙ୍କ ନାମ ହେଉଛି ରବିନ୍ଦ୍ର ନାଥ ମହାପାତ୍ର । ରବିନ୍ଦ୍ର ଖଦିବୋର୍ଡରେ କାମ କରୁଥିଲେ । ତାଙ୍କର କହିବାକଥା କି ପିଲାବେଳୁ ଆଶ୍ରମ କରିବାକୁ ତାଙ୍କର ସ୍ୱପ୍ନ ଥିଲା । ଯାହା ଏବେ ସାକାର ହୋଇଛି । ଖୁସିର ସହ ରବିନ୍ଦ୍ର କହିଛନ୍ତି କି ପ୍ରଥମେ ୧୫ରୁ ୨୦ଜଣ ଥିଲେ, ଏବେ ଅଛନ୍ତି ୫୦ଜଣ । ସେମାନଙ୍କର ସମସ୍ତ ଦାୟୁତ୍ୱ ନେଉଛି । ଯେଉଁଥିପାଇଁ ମୁଁ ବହୁତ ଖୁସି ।

ବଡକଥା ହେଉଛି ରବିନ୍ଦ୍ରଙ୍କର ଏହି ଚେଷ୍ଟା ଆଉ ପଦକ୍ଷେପ ଅନେକଙ୍କର ଜୀବନକୁ ସଜାଡି ଦେଇଛି । ଅନେକ ଓଠରେ ହସ ଫୁଟାଇଛି । ଏକଦମ ନିଜ ଘର ଭଳି ରହିବା ସହ କେବେ କେବେ ପିଲା ଭଳି ଅଳି ଆଉ କେବେ କେବେ ନିଜ ପୁଅ କହି ଆଶିର୍ବାଦ ଦେଉଛନ୍ତି ଏହି ଭଗବାନ ରୂପି ବାପାମାଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.