ବଡ ହୋଇ ପିଲା ହୁଅନ୍ତି ପର, ଆଶ୍ରୟସ୍ଥଳ ହିଁ ଏବେ ସବୁ ପିତାମାତାଙ୍କ ଘର ପାଲଟିଲାଣି, କିଏ ଏଥିପାଇଁ ଦୋଷୀ ….

ଆଜ୍ଞା ଆମକୁ ରାହା ନାହିଁ । ଭିକ ସିନା ମାଗିବୁ ହେଲେ ରହିବୁ କୋଉଠି । ଜାଗା ତ ନାହିଁ । କହି କହି କେମିତି କାନ୍ଦିପକାଉଛି ଦେଖନ୍ତୁ ଏଇ ମାଆଟିଏ । କିନ୍ତୁ ତାର ଲୁହ ତାକୁ ବୁଝାଉଛି, କାହିଁ କାନ୍ଦୁଛୁ, ଭୁଲିଯା ସେମାନଙ୍କୁ, ଯାହାଙ୍କୁ ତୁ ଏଡେ ଠୁ ଏଡେ କରିଛୁ । ଏଇ ଘର ହିଁ ତୋର ଏବେ ନିଜର । ୟାକୁ ନିଜର କର । ଭଲରେ ରହିବୁ । ବଞ୍ଚିବା ପାଇଁ ପରଦୁଆର ହେବା ପରେ ପହଞ୍ଚିଛନ୍ତି ଆଶ୍ରା ନାମକ ବୃଦ୍ଧାଶ୍ରମରେ । ଏ କୋଉ ଗୋଟିଏ ଘର କଥା ନୁହେଁ, ଏ କାହାଣୀ ୫୦ଘରର । ଆଉ ଏଠି ପହଞ୍ଚିଛନ୍ତି ସେହି ପଚାଶ ପରିବାରର ବାପା ମାଆ ମୂରବୀ । ଯେଉଁମାନେ ଆଉ ଘରର ମୂରବୀ ନୁହେଁ କାରଣ ଏବେ ଘରର କୋଉ କୋଣ ଉପରେ ବି ସେମାନଙ୍କର ଅଧିକାର ନାହିଁ ।

କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଫୁଲବାଣୀର ସାର୍ତ୍ତାଗୁଡାଠାରେ ଆଶ୍ରା ନାମରେ ରହିଛି ବୃଦ୍ଧାଶ୍ରମ। ଯେଉଁଠାରେ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ଆଶ୍ରୟ ଦିଆଯାଇଛି । ଆଉ ଏହି ବୃଦ୍ଧାଶ୍ରମ ସେମାନଙ୍କର ଏବେ ସବୁକିଛି । ଏଠାକାର କର୍ମଚାରୀ ହେଉଛନ୍ତି ସେମାନଙ୍କର ପୁଅ ଝିଅ ନାତି ନାତୁଣୀ । ନିଜ ଲୋକଙ୍କଠାରୁ ବି ଏମାନେ ଏବେ ଅତି ନିଜର ।

ଫୁଲବାଣୀ ସହର ଠାରୁ ମାତ୍ର 2 km ଦୂର ସାର୍ତ୍ତାଗୁଡା ଠାରେ ଅବସ୍ଥିତ ଆଶ୍ରା । ଦେଖିବାକୁ ରାଜ ମହଲ । ଏଠାରେ ରହନ୍ତି 50 ଜଣ ବୃଦ୍ଧା ଯେଉଁମାନେ ନିରାଶ୍ରୟ । ଅଣଦେଖ ପରିବାରର ବୋଝ ହୋଇ ଅତ୍ୟାଚାରକୁ ନସହି ବଯସର ଅପରାହ୍ନରେ ଏବେ ଏହି ସ୍ଥାନ ପାଲଟିଛି ତାଙ୍କର ସ୍ଥଳ । ନିଜର ଭିଟାମାଟି, ଆତ୍ମୀୟ ସ୍ୱଜନଙ୍କୁ ଛାଡି ଅନିଚ୍ଛା ସେବ ଛାତିକୁ ପଥର କରି ଆଖିରେ ଆଖିଏ ଲୁହ ଧରୀ ବି କେବେ ନିଜ ଦୁଖକୁ କହନ୍ତିନି । ବରଂ ଶେଷ ନିଶ୍ୱାସ ଯାଏଁ ନିଜକୁ ନିଜେ ସମ୍ଭାଳିବାକୁ ଚେଷ୍ଠା କରନ୍ତି ।

ଏଠାକାର କର୍ମଚାରୀ ଓ ଅନ୍ତେବାସୀ ମାନେ ଆସ୍ତେ ଆସ୍ତେ ନିଜର ହୋଇଗଲେଣି । ସେମାନଙ୍କର ବି ଚେଷ୍ଠା, କିଭଳି ସବୁକିଛି ଭୁଲି ଖୁସିରେ ସମୟ ବିତାଇବେ ଏହି ବୃଦ୍ଧବୃଦ୍ଧା । ରାତିଦିନ ଲାଗିପଡିଛନ୍ତି ଏମାନଙ୍କ କାର୍ଯ୍ୟରେ । କାରଣ ଏମାନଙ୍କୁ ଖୁସି ରଖିବା କର୍ମଚାରୀଙ୍କ ଦାୟିତ୍ୱ । ସେଥିପାଇଁ ବୃଦ୍ଧବୃଦ୍ଧାଙ୍କର ସମସ୍ତ କାର୍ଯ୍ୟ ଅତି ଭଲଭାବରେ ବୁଝାବୁଝି କରାଯାଉଛି । ଖାଦ୍ୟ, ଔଷଧ, ଠାରୁ ଆରମ୍ଭ କରି ସେମାନଙ୍କ ମନୋରଞ୍ଜନ ପାଇଁ ବି ସମସ୍ତ ପ୍ରକାର ସୁବିଧା କରାଯାଇଛି । ସଂନ୍ଧ୍ୟାରେ ବୁଲାବୁଲି, ସକାଳୁ ୟୋଗା, ଖୁସି ରଖିବା ପାଇଁ ପ୍ରତିଯୋଗୀତା ଠାରୁ ସବୁପ୍ରକାର ଉଦ୍ୟମ କରୁଛି ସଂସ୍ଥା । ଭିଜୁଆଲ ଦେଖିଲେ ଆପଣ ନିଜେ ହିଁ ବୁଝିପାରିବେ ।

ପ୍ରତିଦିନ anm ଦିଦି ସ୍‌ାସ୍ଥ୍ୟ ପରୀକ୍ଷା ସହିତ ଔଷଧ ଦିଅନ୍ତି । ସପ୍ତାହକୁ ଡାକ୍ତର ଆସି ସ୍‌ୱାସ୍ଥ୍ୟ ପରୀକ୍ଷା କରନ୍ତି । ମାନରଞ୍ଜନ ପାଇଁ ଟିଭି , ପ୍ରତିଦିନ ସନ୍ଧ୍ୟାରେ ନାଚ ଗୀତ ସହ ସବୁବେଳେ ଘରୋଇ ପରିବେଶ ସୃଷ୍ଟି କରିବାକୁ ପର୍ବ ପର୍ବାଣି ମଧ୍ୟ ପାଳନ କରାଯାଇଥାଏ । ପ୍ରତି ମାସରେ ଯୋଗାଇ ଦିଆଯାଇଥାଏ ନିତ୍ୟ ବ୍ଯବହାର ଜିନିଷ ।

ଫୁଲବାଣୀର ଏହି ବୃଦ୍ଧାଶ୍ରମ ଆଶ୍ରା 25 କୋଟି ବ୍ୟୟରେ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍‌ାରା ର୍ନିମାଣ କରାଯାଇଛି । ଏହାର ପରିଚାଳନା ଦାୟିତ୍ୱ କନ୍ଧମାଳର ଅଗ୍ରଣୀ ସ୍‌ଚ୍ଛୋସେବୀ ଅନୁଷ୍ଠାନ ଶେୟାରକୁ ଦିଆଯାଇଛି । ଏଠି ଅନେବାସୀଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ସବୁ ବ୍ଯବସ୍ଥାକରାଯାଇଛି

ଦର୍ଶକବନ୍ଧୁ ବୟସର ଅପରାହ୍ନରେ ନୂଆଁ ଜୀବନ ଆରମ୍ଭ କରିଛନ୍ତି ଏମାନେ । ପୁରୁଣା ସମ୍ପର୍କକୁ ଭୁଲି ନୂଆ ସମ୍ପର୍କ ଯୋଡିଛନ୍ତି ଏମାନେ । ଏବେ ସବୁକିଛି ଅଭ୍ୟସ୍ତ । ଦୁଖ ବି, ଜୀବନ ବି । କିନ୍ତୁ ବଡକଥା ଏଇଆ କି ବର୍ତ୍ତମାନ ସମୟ ଯେମିତି ହେଲାଣି ପ୍ରତିଟି ସ୍ଥାନରେ ଏବେ ମଣିଷର ପରିଣତ ବୟସ ତାକୁ ପ୍ରଶ୍ନ ପଚାରୁଛି ଏବେ ତୋ ସ୍ଥାନ କୋଉଠି ।ନିରୂପାୟ, ନିରାଶ୍ରୟ ହୋଇ ଶେଷ ଆଶ୍ରା ହେଉଛି ଏହିଭଳି ଆଶ୍ରୟସ୍ଥଳୀ । ବାକିତକ ଜୀବନ ବିତୁଛି ଅଜଣା ଅଚିହ୍ନା ସ୍ଥାନରେ । ଆଜିର ଯୁବପିଢି ପାଇଁ ଏମିତି ଲଜ୍ଜାଜନକ ଘଟଣା ପ୍ରତିଦିନ ସାମନାକୁ ଆସୁଛି । କିନ୍ତୁ ହଁ ଯଦି ଯୁବ ବର୍ଗ ନିଜ ମାନବିକତାକୁ ନାମାରି ଯଦି ବୃଦ୍ଧ ମା ବାପାଙ୍କ ସେବା ଯତ୍ନ କରିବେ ତାହେଲେ ବୃଦ୍ଧାଶ୍ରମର ଆବଶ୍ୟକ ବିଲକୁଲ ପଡନ୍ତାନି ।

Leave A Reply

Your email address will not be published.