ସହି ପାରିଲାନି ଟ୍ରକ୍‌ର ବୋଝ, ମଝିରୁ ଭାଙ୍ଗିଗଲା ପୋଲ

ନିଆଳି (କେ ନ୍ୟୁଜ୍‌) : ଲୋଡ୍‌ ହୋଇଥିବା ଟ୍ରକ୍‌ର ବୋଝ ସମ୍ଭାଳି ପାରିଲାନି ପୋଲ । ଆଉ ଦୁଇଖଣ୍ଡ ହୋଇଗଲା । ପୋଲ ମଝିରେ ଫସି ରହିଛି ଟ୍ରକ୍‌ । କଟକ ଜିଲ୍ଲା ଗୋବିନ୍ଦପୁରରେ ଆଜି ଘଟିଛି ଏହି ଦୁର୍ଘଟଣା । ଗୋବିନ୍ଦପୁର ବଜାରରୁ କାକଟପୁର ବ୍ରାଞ୍ଚ କେନାଲ ଉପର ଦେଇ ନଦୀବନ୍ଧକୁ ଉଠିବା ଲାଗି ଏହି ପୋଲଟି ରହିଛି । ପୋଲଟି ଅତି ପୁରୁଣା ହୋଇଯାଇଥିଲା । ତେଣୁ ଲୋଡେଡ୍‌ ଟ୍ରକ୍‌ଟି ଏହା ଉପର ଦେଇ ଗଲା ବେଳେ ଠିକ୍‌ ମଝିରୁ ଭାଙ୍ଗିଗଲା । ଅବଶ୍ୟ ଟ୍ରକ୍‌ ଡ୍ରାଇଭର କିମ୍ବା ଏଥିରେ ଥିବା ଅନ୍ୟ ଲୋକ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ଟ୍ରକ୍‌ଟି ବିପଦ ସଂକୁଳ ଅବସ୍ଥାରେ ରହିଛି ।

4ନିକଟରେ ଦେବୀ ନଦୀରେ ହେଉଥିବା ପୋଲ କାମ ପାଇଁ ଟ୍ରକ୍‌ଟି ମାଲ୍‌ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଅନେକ ଦିନରୁ ପୋଲଟି ଦଦରା ହୋଇଯାଇଥିଲା । ଏହାର ମରାମତି ପାଇଁ ଦାବି ହେଉଥିଲେ ମଧ୍ୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇନଥିଲେ । ଏବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.