ଭଙ୍ଗା କାଠ କ୍ୟାବିନରେ ୧୮ ବର୍ଷ : ପରିଣତ ବୟସରେ ଦମ୍ପତି ଭୋଗୁଛନ୍ତି ଏହି ଦୁର୍ଦ୍ଦଶା

cabinଦିନ କି ମାସ ନୁହଁ ଦୀର୍ଘ ୧୮ ବର୍ଷ ହେଲା ଭଙ୍ଗା କ୍ୟାବିନ୍ ପାଲଟିଛି ବୃଦ୍ଧ ଦମ୍ପତିଙ୍କ ସାହାରା। ଜୀବନର ଏହି ବାର୍ଦ୍ଧକ୍ୟ ଅବସ୍ଥାରେ ଦୁଇ ସ୍ବାମୀ-ସ୍ତ୍ରୀ ଉଦ୍ଭୟଙ୍କର ଭରସା ହୋଇଛନ୍ତି। ବୃଦ୍ଧାଙ୍କ ନାମ କାଶିନାଥ ବାରିକ (୮୦) ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ନାମ ରେଣୁବାଳା ବାରିକ (୭୦) ରହିଛି। କାଶି ଦୃଷ୍ଟିହୀନ ହୋଇଥିବା ଯୋଗୁଁ ଦୁହିଁଙ୍କୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। ନିକଟରେ ତାଙ୍କ ଦୁଃଖକଷ୍ଟ ଦେଖି ସ୍ଥାନୀୟ କର୍ପୋରେଟର ବାର୍ଦ୍ଧକ୍ୟ ଭତ୍ତା ଏବଂ ରାସନକାର୍ଡ଼ର ବ୍ୟବସ୍ଥା କରିଛନ୍ତି। ପେଟ ପୂରାଇବାକୁ ଖାଦ୍ୟ ମିଳିଥିଲେ ମଧ୍ୟ ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ ଦମ୍ପତିଙ୍କ ପାଖରେ। ତେବେ ଘଟଣାଟି କୌଣସି ଗ୍ରାମରେ ନୁହଁ ବରଂ ସିଲଭର୍ ସିଟି ଭାବେ ପରିଚିତ କଟକରେ ଦେଖିବାକୁ ମିଳିଛି। କଟକ ମହନଗର ନିଗମର ୪୦ ନମ୍ବର ୱାର୍ଡ଼ରେ ଏହା ଦେଖିବାକୁ ମିଳିଛି। ସ୍ଥାନୀୟ ମଙ୍ଗଳାବାଗ ଥାନା ଅନ୍ତର୍ଗତ ଯୋବ୍ରା ବ୍ୟାରେଜ କଲୋନୀ ତଥା ଜୋବ୍ରା ରୋଡ଼ସ୍ଥିତ ଶିବମନ୍ଦିର ନିକଟରେ ପଡ଼ିଥିବା ଏକ ଭଙ୍ଗା କାଠ କ୍ୟାବିନରେ ନିଜର ପରିଣତ ବୟସରେ ଜୀବନ କାଟୁଛନ୍ତି ଦମ୍ପତି।

https://knewsodisha.com/old-couple-spending-their-18-year-in-cabin

ତେବେ ବୃଦ୍ଧାଙ୍କ ଏପରି ଅବସ୍ଥାରେ ତାଙ୍କ ହାତ ଛାଡ଼ି ପଳାଇଛି ଏକମାତ୍ର ପୁଅ କାହ୍ନା। ନିଜ ପୁଅ ବିଷୟରେ କହିବାକୁ ଯାଇ କାଶି କହିଛନ୍ତି, ଗୋଟିଏ ବୋଲି ପୁଅ ବହୁ ଶ୍ରଦ୍ଧାରେ ତାର ନା ଦେଇଥିଲୁ କାହ୍ନା, କିନ୍ତୁ କାହ୍ନା ଆଜି ଗୋପଛାଡ଼ି ମଥୁରାକୁ ଚାଲିଗଲା। ତାଙ୍କ ପୁଅ ଭୁବନେଶ୍ବରରେ ଏକ ସେଲୁନ୍ ଚଳାଉଛନ୍ତି । ବୃଦ୍ଧା ଜଣଙ୍କ ରାଜଧାନୀ ଭୁବନେଶ୍ବର ବାସିନ୍ଦା । ସେଠାରେ ତାଙ୍କର ପିତାଙ୍କ ନାମରେ ୩୬ଡ଼ିସିମିଲ ଜାଗା ରହିଛି। କାଶିଙ୍କ ୩ଭାଇ ରହିଥିବାରୁ ସେହି ସ୍ଥାନ ତାଙ୍କ ମଧ୍ୟରେ ବିଭକ୍ତ କରାଯାଇଥିଲା। ମାତ୍ର କାଶିଙ୍କ ଗୋଟିଏ ବୋଲି ପୁଅ କାହ୍ନା କୁସଂଙ୍ଗରେ ପଡ଼ି ଅନେକ ସ୍ଥାନରୁ କରଜ ଆଣିଥିବାରୁ କାଶି ସେ ସ୍ଥାନକୁ ବିକ୍ରି କରି ସମସ୍ତ ଟଙ୍କା ସୁଝିଥିଲେ।

ଫଳରେ ବାସହରା ହୋଇ କାଶି ତାଙ୍କ ପତ୍ନୀଙ୍କ ସହ ଶ୍ବଶୁର ଘର PWD କଲୋନୀରେ ରହିଥିଲେ। କିନ୍ତୁ ଶ୍ବଶୁରଙ୍କ ଚାକିରୀ ଶେଷ ଏବଂ ମୃତ୍ୟୁ ପରେ ଉକ୍ତ କ୍ବାଟରଟି ତାଙ୍କୁ ଛାଡ଼ିବାକୁ ପଡ଼ିଥିଲା। ସେତେବେଳେ ଜଣେ ବଦାନ୍ୟ ବ୍ୟକ୍ତି ତାଙ୍କୁ ସେଲୁନ୍ ଖୋଲିବା ପାଇଁ ଏହି କ୍ୟାବିନଟିକୁ ଦାନସୂତ୍ରରେ ଦେଇଥିଲେ। କିନ୍ତୁ ବର୍ତ୍ତମାନ ଏହି କ୍ୟାବିନଟି ତାଙ୍କ ମୁଣ୍ଡ ଛାତ ପାଲଟିଛି। ଏହି ଖବର ଗଣମାଧ୍ୟମରେ ଆସିବା ପରେ ସାହାଯ୍ୟରେ ହାତ ବଢ଼ାଇଛନ୍ତି କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଗାର୍ଗୀ ପଟ୍ଟନାୟକ, ଆଇନଜୀବୀ ବିପିନ୍ ଚୌଧୁରୀ ଏବଂ କିଛି ସମାଜସେବୀ ।

Story by: Abhijit Dash