ମାହାଙ୍ଗା: ଦଇବ ଦେଉଛି କଷଣ, ରୋଗୀଣା ପୁଅର ଚିକିତ୍ସା ପାଇଁ ନାହିଁ ସମ୍ବଳ, ପ୍ରଶାସନର ସହାୟତା ଲୋଡିଲେ ବୃଦ୍ଧ ଦମ୍ପତ୍ତି

ମାହାଙ୍ଗା(କେନ୍ୟୁଜ୍): ପୁଅ ବଡ ହେବ । ବାପା କାନ୍ଧରେ କାନ୍ଧ ମିଶାଇ ପରିବାର ବୋଝ ସମ୍ଭାଳିବ । ପୁଅ ଜନ୍ମ ହେବା ପରେ ଏମିତି ଆଶା ରଖିଥିଲେ କଟକ ମାହାଙ୍ଗା ବ୍ଳକ ଗୋପାଳପୁର ପଂଚାୟତ ନଇଗୁଆ ଗାଁର ଦମ୍ପତ୍ତି କୁଳମଣି ଜେନା ଓ ପତ୍ନୀ ସୁମିତ୍ରା । ହେଲେ ପୁଅ ଜୟନ୍ତ ଜନ୍ମ ହେବା ପରଠୁ ଗୋଡ ସମ୍ପୂର୍ଣ୍ଣ ଅଚଳ । ଆଜି ପର୍ଯ୍ୟନ୍ତ କଥା କହିପାରୁନାହିଁ । ପୁଅର ଚିକିତ୍ସା ପାଇଁ ଘର ବାଡି ବିକ୍ରି କରିବାକୁ ବସିଲେଣି ବୃଦ୍ଧ ଦମ୍ପତ୍ତି । ଦିନେ ଖାଇଲେ ଆଉ ଦୁଇଦିନ ଉପବାସ ରହିବାକୁ ପଡୁଛି । ପୁଅର ଔଷଧ ଅର୍ଥ ଖର୍ଚ୍ଚ ଉଠାଇବାକୁ ମଧ୍ୟ ଏମାନେ ଅକ୍ଷମ । କିଛିଦିନ ତଳେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଯାଇ ଅଭିଯୋଗ କରିଥିଲେ । ମାତ୍ର ଗୋଟିଏ ଟ୍ରାଇ ସାଇକେଲ ଯୋଗାଇ ଦିଆଯାଇଥିଲା । ଆଗକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.