ନିଜ ପରିବାର ଦେଲା ଧୋକା, ନିର୍ଯାତନା ପାଇ ଗୋଡ଼ କାଢ଼ିଲେ ବଡ଼ଦାଣ୍ଡକୁ ହେଲେ ପହଞ୍ଚିଗଲେ ଜରାଶ୍ରମରେ
ଦ୍ୱିପହର ସମୟ କଳ୍ପନା ଛକର ବସ ରହଣି ସ୍ଥାନ । ସେଠାରେ ଆସି ଅଟକିଲା ମୋ ବସ ଟିଏ । ବସ ଭିତରୁ ଓହ୍ଲାଇ ଆସିଲେ ଜଣେ ମହିଳା ଆଉ ସାଙ୍ଗରେ ଧରିଥାନ୍ତି କିଛି ଜିନିଷ ପତ୍ର ଥିବା ବ୍ୟାଗ । ଆଉ ଏ ବ୍ୟାଗଟିକୁ ତଳେ ଥୋଇ ପୁଣି ବସ ଆଡକୁ ଯାଇ ଧୀରେ ଧୀରେ ଓହ୍ଲାଇ ଆଣିଲେ ଜଣେ ବୃଦ୍ଧାଙ୍କୁ ।
ଦ୍ୱିପହର ସମୟ କଳ୍ପନା ଛକର ବସ ରହଣି ସ୍ଥାନ । ସେଠାରେ ଆସି ଅଟକିଲା ମୋ ବସ ଟିଏ । ବସ ଭିତରୁ ଓହ୍ଲାଇ ଆସିଲେ ଜଣେ ମହିଳା ଆଉ ସାଙ୍ଗରେ ଧରିଥାନ୍ତି କିଛି ଜିନିଷ ପତ୍ର ଥିବା ବ୍ୟାଗ । ଆଉ ଏ ବ୍ୟାଗଟିକୁ ତଳେ ଥୋଇ ପୁଣି ବସ ଆଡକୁ ଯାଇ ଧୀରେ ଧୀରେ ଓହ୍ଲାଇ ଆଣିଲେ ଜଣେ ବୃଦ୍ଧାଙ୍କୁ । ବୃଦ୍ଧା ଜଣଙ୍କ ହାତରେ ବଙ୍କୁଲି ବାଡ଼ି ଧରି ଧୀରେ ଧୀରେ ପାଦ ପକାଇ ବସରୁ ଓହ୍ଲାଉଥାନ୍ତି । ମୁଣ୍ଡ କେଶ ସବୁ ପାଚି ଧଳା ଝୋଟ ଭଳି ହେଲାଣି । ବୟସ କିଛି ନହେଲେ ବି ପାଖାପାଖି ପଚୋସ୍ତରି ହେବ । ଠିକ ସେ ଚାଲି ପାରୁନାହାନ୍ତି । ବଙ୍କୁଲି ବାଡ଼ି ସାହାରାରେ ପାଦ ପକାଉଛନ୍ତି । ବସରୁ ଓହ୍ଲାଇ ମହିଳା ଜଣଙ୍କ ବୃଦ୍ଧାଙ୍କ ହାତ ଧରି ନେଇଗଲେ ଯାତ୍ରୀମାନେ ବସୁଥିବା ସ୍ଥାନ ନିକଟକୁ ।
ସେଠାରେ ବୃଦ୍ଧା ଜଣଙ୍କୁ ବସାଇ ଗଲେ କୁଆଡେ, ପୁଣି କିଛି ସମୟ ପରେ ହାତରେ ଚାହା ଆଉ କେକ୍ ଆଣି ପହଁଚିଲେ । ଆଉ ଏହି ଚା ଆଉ କେକକୁ ଧରାଇଦେଲେ ବୃଦ୍ଧା ଜଣଙ୍କ ହାତରେ । ଉଭୟ ମିଶି ଚାହା ପିଇଲା ପରେ କଣ ଗୁଡ଼ାଏ କଥା ବାର୍ତ୍ତା ହେଲେ । ସେହି ଆଳାପ ଭିତରେ ବୃଦ୍ଧା ଜଣଙ୍କ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ । ଆଉ କହି ହେଉଥାନ୍ତି ସେହି ଜଗତ ନାଥ ଜଗନ୍ନାଥ ଅଛନ୍ତି ସେ ସବୁ ବୁଝିବେ । ବୁଢ଼ୀ ମାଉସି ଆଖିରୁ ଅମାନିଆ ହୋଇ ଝରି ଆସୁଥିଲା ଧାର ଧାର ଲୁହ । ନିଜ ଦେହରେ ଘୋଡେଇ ହୋଇ ଥିବା ଚାଦରରେ ଲୁହ ପୋଛୁ ପୋଛୁ କହିଲେ । ନାଁଟି ତାଙ୍କର କମା ନାୟକ, ନିଜ ଘର ଗଞ୍ଜାମ କବିସୂର୍ଯ୍ୟନଗର ଗୁଡ଼ିଆଳି । ମାଉସୀ ନିଜ ଝିଅ ପରିବାର ସହିତ ରୁହନ୍ତି କଟକ ଚୌଦ୍ୱାର ନିକଟରେ ଥିବା ଚୁଡାଖିଆ ଲିସ କଲୋନୀରେ ।
ପରିବାର କହିଲେ ସ୍ୱାମୀ ଆଉ ଗୋଟିଏ ବୋଲି ଝିଅ । ମାଉସୀଙ୍କ ସ୍ୱାମୀ ରାଉଲକେଲା ଷ୍ଟିଲପ୍ଲାଣ୍ଟରେ ଚାକିରୀ କରିଥିଲେ । ବୁଢ଼ୀ ମାଉସିଙ୍କ ସ୍ୱାମୀ ଆରପାରିକୁ ଚାଲିଗଲେଣି କେଉଁ ଅନେକ ବର୍ଷ ତଳେ । ସ୍ୱାମୀ ଚାଲିଗଲା ପରେ ମାଉସୀ ମଉସାଙ୍କ ବଦଳରେ ଚାକିରୀ ପାଇଲେ । ଗୋଟିଏ ବୋଲି ଝିଅକୁ ବାହା ଦେଲେ । ବୁଢ଼ୀ ମାଉସୀଙ୍କ ଅବସର ପରେ ଯେଉଁ ଟଙ୍କା ପାଇଲେ ସେଥିରେ ଚୌଦ୍ୱାର ଚାରିବାଟିଆ ଠାରେ ଯାଗା କିଣି ଘର ତିଆରି କରି ରହିଲେ । ଆଉ ଯେଉଁ ଘର ତିଆରି କଲେ ଝିଅର ସ୍ୱାମୀ ଅର୍ଥାତ ବୁଢ଼ୀ ମାଉସୀଙ୍କ ଜ୍ୱାଇଁ ଅତି ଚତୁରତାର ସହିତ ନିଜ ପୁଅ ନାଁରେ ଘରର ସବୁ କାଗଜ ପତ୍ର କରାଇ ନେଲେ । ଆଉ ସେହି ଦିନ ଠାରୁ ଅର୍ଥାତ ଆଜକୁ ଦୀର୍ଘ ବର୍ଷ ହେଲାଣି ଝିଅର ବି ସ୍ୱାମୀଙ୍କ ପ୍ରରୋଚନାରେ ବୁଢ଼ୀ ମାଆଟିକୁ ଏକଥନୀୟ ନିର୍ଯ୍ୟାତନା ଦେଇ ଆସୁଛନ୍ତି । ଏମିତି କି ଅନେକ ଥର ବୁଢ଼ୀ ମାଉସୀଙ୍କୁ ଝିଅ ଘରୁ ନିର୍ଯାତନା ଦେଇ ଘରୁ ବାହାର କରିଦିଅନ୍ତି । ବେସାହାରା ବୁଢ଼ୀ ମାଉସୀ କୁଆଡେ ଯିବ ତେଣୁ ଅନ୍ୟ ଉପାୟ ନପାଇ ଅତ୍ୟାଚାର ସହି ପଡ଼ି ରହିଥାନ୍ତି । ଶେଷରେ ଅତ୍ୟାଚାର ସୀମା ଟପିଲା ପରେ ଘରୁ ଗୋଡ଼ ବାହାର କରି ଆସିଲେ ବଡ଼ ଦାଣ୍ଡକୁ କାଳିଆ ସାଆନ୍ତଙ୍କ ଆଶ୍ରୟରେ ରହିବା ପାଇଁ । କିନ୍ତୁ ଜଗନ୍ନାଥଙ୍କ ଆଉ କିଛି ନିର୍ଦେଶ ଥିଲା ବୋଧହୁଏ। ସେଥିପାଇଁ ପହଁଚିଥିଲେ ସାଙ୍ଗରେ ସାହାରା ସାଜିଥିବା ଏହି ମହିଳା ଓକିଲ ମିତା ପଣ୍ଡାଙ୍କ ପାଖରେ । ସେ ବୁଢ଼ୀ ମାଉସୀଙ୍କ ସବୁ ଦୁଃଖ କଥା ଶୁଣି ତାଙ୍କୁ ଉଦ୍ଧାର କରି ଛାଡିଥିଲେ ଭୁବନେଶ୍ୱର ସ୍ଥିତ ସ୍ୱପ୍ନା ଜରାଶ୍ରରେ ।
ଆପଣ କୁହନ୍ତୁ ଶେଷରେ ଝିଅ ଜନ୍ମ କରିଥିଲେ କଣ ଏହିଭଳି ନିର୍ଯାତନା କଷ୍ଟ ଯନ୍ତ୍ରଣା ସହିବାକୁ । କେମିତି ଝିଅ ଜ୍ୱାଇଁ ଇଏ କେଜାଣି? ଏବୟସରେ ଶୀତ ରାତିରେ ବୁଢ଼ୀ ମାଆଟିକୁ ଛାଡିବାକୁ ଏମାନଙ୍କ ମନ କହିପାରିଲା । କେତେ ନିଷ୍ଠୁର ହୃଦୟ ହିନା ଝିଅ ଇଏ । ଇଏ ଏ ମାଉସୀଙଙ୍କର ଗୋଟେ ବୋଲି ଝିଅ । କୋଉ ଝିଅ କଣ ଏମିତି ତାର ଜନ୍ମ କଲା ମାଆ ସହିତ କରିପାରେ । ମାଆ ଟି ଏତେ କଷ୍ଟ ଯନ୍ତ୍ରଣା ସହି ବଡ଼ କରିଥିଲା କଣ ଏଇଦିନ ଦେଖିବା ପାଇଁ । ଧନ୍ୟ ତୁମେ ଝିଅ ଯାହା ହେଉ ମାଆ ଟିକୁ ଭଲ ପାଉଣା ଦେଲ । ଏ ହାଡ଼ଭଙ୍ଗା ଶୀତ ଦିନରେ ମାଆ ଟିକୁ । ଶେଷରେ ବୁଢ଼ୀ ମାଉସୀ ଙ୍କ ଶେଷ ଠିକଣା ପାଲଟିଛି ବଡ଼ ଦାଣ୍ଡ ନଚେତ ଜରାଶ୍ରମ ।