ଗାଁ ଭିତରେ ବୃଦ୍ଧଙ୍କୁ ଉଲଗ୍ନ କରି ପୋଲିସର ମାଡ ଅଭିଯୋଗ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ସମ୍ବଲପୁର: ଗାଁ ଭିତରେ ବୃଦ୍ଧଙ୍କୁ ଉଲଗ୍ନ କରି ପୁଲିସର ମାଡ ଅଭିଯୋଗ । ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏଭଳି ସ୍ପର୍ଶକାତର ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଂଚଳରେ ।

ସୂଚନା ଅନୁସାରେ ବୁର୍ଲା ଥାନା ତିହିକିପାଲି ଗାଁର ସୁଶୀଲ ଭୋଇଙ୍କୁ ଗତକାଲି ଭୋର ୪ଟାରୁ ପୋଲିସ ଘର ଭିତରୁ ଘୋଷାଡିି ଆଣି ଜମି ବିକ୍ରି ସମ୍ପର୍କିତ ଏକ କାଗଜରେ ଜୋରଜବରଦସ୍ତ ଦସ୍ତଖତ ନେଇ ନିର୍ଦ୍ଧୁମ ମାଡ ମାରିଥିବା ଅଭିଯୋଗ ହୋଇଛି । ଏପରିକି ଦଲାଲ୍‌ ସାଙ୍ଗରେ ପୋଲିସ ଗାଁକୁ ଯାଇଥିବା କୁୁହାଯାଉଛି । ଜମି ବିକ୍ରି କରିବା ପାଇଁ ସୁଶୀଲ ମନା କରୁଥିଲେ । ଫଳରେ ଦଲାଲ୍‌ ଇସାରାରେ ପୋଲିସ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.