ଭୁବନେଶ୍ୱର, ଲିପ୍ଟରୁ ଖସି ପଡ଼ି ବୃଦ୍ଧ ମୃତ

ଭୁବନେଶ୍ୱର(କେନ୍ୟୁଜ୍‌) : ଲିଫ୍ଟ ନେଲା ବୃଦ୍ଧଙ୍କ ଜୀବନ । ଭୁବନେଶ୍ୱରର ସୁନ୍ଦରପଦାରେ ଘଟିଯାଇଛି ଏକ ହୃହୟବିଦାରକ ଘଟଣା । ହାଇଟେକ୍ ପ୍ଲାଜାର ନିବାସୀ ସୀମାଞ୍ଚଳ ମହାପାତ୍ର ଗତକାଲି ସଂଧ୍ୟାରେ ବଜାରକୁ ବାହାରିଥିଲେ । ଦ୍ୱିତୀୟ ମହଲାରେ ରହୁଥିବା ବୃଦ୍ଧ ଜଣକ ତଳକୁ ଆସିବା ପାଇଁ ଲିଫ୍ଟ ବଟନ ଦବାଇଥିଲେ ।

ଲିଫ୍ଟ ଉପର ମହଲାରେ ଥିଲେ ମଧ୍ୟ ଏହାର ସେନ୍ସର କାମ କରୁନଥିବାରୁ କବାଟ ଖୋଲିଯାଇଥିଲା । ଆଉ ବୃଦ୍ଧ ଜଣକ ତଳକୁ ଖସି ପଡ଼ିଥିଲେ । ଦୀର୍ଘ ସମୟର ଖୋଜାଖୋଜି ପରେ ଲିଫ୍ଟ ତଳୁ ସୀମାଞ୍ଚଳଙ୍କ ମୃତଦେହ ମିଳିଥିଲା । ଆପାର୍ଟମେଣ୍ଟ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବକୁ ନେଇ ପ୍ରଶ୍ନ ଉଠିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.