କେନାଲରେ ଚାଲିଗଲା ଜୀବନ,ଶୌଚ ହେବାକୁ ଯାଇ ପାଣିରେ ବୁଡି ଯାଇଛନ୍ତି ବୃଦ୍ଧ

ଆନନ୍ଦପୁର : ଆନନ୍ଦପୁରରେ ଘଟିଛି ଅଘଟଣ । ଶୌଚ ହେବାକୁ ଯାଇ ପାଣିରେ ବୁଡି ଯାଇଛନ୍ତି ବୃଦ୍ଧ । ମୃତକ ହେଉଛନ୍ତି  ନନ୍ଦିପଦା ଥାନା ବଡତିରା ଗ୍ରାମର ରମ୍ଭା ମଣି ନାୟକ ।  ସେ ଶୌଚ ହେବାକୁ କେନାଲକୁ  ଯାଇଥିଲେ କିନ୍ତୁ ପାଣିରେ ବୁଡିଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲେ । ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡ଼ିକାଲ କୁ ପଠାଯାଇଛି । ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହେଇଛି।

You might also like