ବିଷଧର ସାପ କାମୁଡାରେ ବୃଦ୍ଧ ମୃତ, ଗାଁ ରେ ଖେଳିଯାଇଛି ଶୋକର ଛାୟା

କୋଣାର୍କ : ଆଜି ଜନ୍ମାଷ୍ଟମୀ । ସବୁଠି ଉତ୍ସବମୁଖର ପରିବେଶ । ସମସ୍ତେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ କରୁଛନ୍ତି ଆରଧାନା । କିନ୍ତୁ ଏହାରି ଭିତରେ ନିରବୀ ଯାଇଛି ଗୋଟିଏ ଗାଁ । ଦୁଆରେ ବସି ଭୋ ଭୋ ହୋଇ କାନ୍ଦୁଛନ୍ତି ମହିଳା ଜଣକ । କାହିଁକି ନାଁ ଏହି ମହିଳାଙ୍କ ହାତ ଛାଡ଼ି ସବୁଦିନ ପାଇଁ ଏକା କରି ଚାଲିଯାଇଛନ୍ତି ସ୍ୱାମୀ । ଆଜି ଭଳି ଦିନରେ ସମସ୍ତେ ବ୍ରତ କରି ନିଜ ସ୍ୱାମୀର ମଙ୍ଗଳ ମନାସୁଥିବା ବେଳେ ବୃଦ୍ଧାଙ୍କ ମଥାରୁ ଲିଭିଗଲା ସିନ୍ଦୂର ।

କୋଣାର୍କ NAC ୬ ନମ୍ବର ୱାର୍ଡ ରାଉଳ ପାଟଣା ମୁଦୁଲି ସାହିରେ ଘଟିଯାଇଛି ଅଘଟଣ । ସାପ କାମୁଡାରେ ଚାଲିଗଲା ଜମ୍ବେଶ୍ବର ମୁଦୁଲିଙ୍କ ଜୀବନ। ଗାଁରେ ଖେଳିଯାଇଛି ଶୋକର ଛାୟା । ଗାଁ ଦାଣ୍ଡ ଆଜି କାନ୍ଦ ବୋବାଳିରେ ଫାଟି ପଡ଼ୁଛି । ଜମ୍ବେଶ୍ବରଙ୍କ ସ୍ତ୍ରୀ କାନ୍ଦି କାନ୍ଦି ତାଙ୍କ ଆଖିରୁ ଲୁହ ଶୁଖୁନି ।

ତେବେ ଗତକାଲି ବିଳମ୍ବିତ ରାତିରେ ଜମ୍ବେଶ୍ବର ମୁଦୁଲି ଘରୁ ବାହାରକୁ ବାହାରି ଥିବା ବେଳେ ହଠାତ ଦୁଆର ମୁହଁରେ ଥିବା ପାଳଗଦା ଉପରୁ ଏକ ବିଷଧର ସାପ ତାଙ୍କ ମୁଣ୍ଡକୁ ଚୋଟ ମାରିଥିଲା। ଜମ୍ବେଶ୍ବର ପ୍ରଥମେ ତାଙ୍କ ସ୍ତ୍ରୀକୁ ଡାକି ସବୁ କଥା କହିବା ପରେ ସ୍ତ୍ରୀ ମନୋରମା ମୁଦୁଲି ପଡିଶା ଘର ଲୋକଙ୍କୁ ଡାକିଥିଲେ। ପରେ ଆମ୍ବୁଲାନ୍ସ ଡକାଇ ଗୋପ ମେଡିକାଲ ନେଇଥିଲେ । ସେଠାରେ ତାଙ୍କର ଚିକିତ୍ସା କରିବା ସମୟରେ ମୃତ୍ୟୁ ହୋଇଥିଲା ।

ତାଙ୍କର ଗୋଟିଏ ପୁଅ ବାହାରେ ଘରୋଇ ଗାଡି ଡ୍ରାଇଭର କାମ କରି ପରିବାର ଚଳାଉଥିବା ବେଳେ ଅନ୍ୟଜଣେ ଜମ୍ବେଶ୍ବର ଚାଷୀ ପରିବାରର ବୋଲି ଜଣାପଡିଛି। ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ରାଉଳ ପାଟଣା ଗାଁ ଆଜି ପୂରା ନିରବ। ପରିବାର ଓ ଗ୍ରାମବାସୀ ତାଙ୍କ ଅକାଳ ବିୟୋଗକୁ ନେଇ ରାଜ୍ୟ ସରକାରଙ୍କ ପାଖରେ କ୍ଷତିପୂରଣ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like