ଖରସ୍ରୋତା ନଦୀରେ ବୁଡ଼ି ବୃଦ୍ଧ ମୃତ, ଗାଧୋଇବାକୁ ଯାଇ ଖସିଗଲା ଗୋଡ଼

ଯାଜପୁର ଟାଉନ: ଗାଧୋଇବାକୁ ଯାଇ ଖରସ୍ରୋତା ନଦୀରେ ବୁଡ଼ି ବୃଦ୍ଧ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ବିଂଝାରପୁର ଥାନା ଅନ୍ତର୍ଗତ ଚନ୍ଦ୍ରମୁଁ ଗ୍ରାମରେ । ମୃତକ ହେଲେ ସ୍ଥାନୀୟ ଗ୍ରାମର ଦାମୋଦର ପୁହାଣ । ସୂଚନା ମୁତାବକ ଦାମୋଦର ଆଜି ଗାଧୋଇବାକୁ ଯାଇ କୌଣସି କାରଣରୁ ନଦୀରେ ବୁଡ଼ି ଯାଇଥିଲେ।

ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ତାଙ୍କୁ ଉଦ୍ଧାର କରି ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବିଂଝାରପୁର ପୋଲିସ ମୃତ ଶରୀରକୁ ଜବତ କରି ବ୍ୟବଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପଠେଇ  ତଦନ୍ତ ଆରମ୍ଭ କରିଛନ୍ତି।

 

 

   

Leave A Reply

Your email address will not be published.