ସବୁ ଖୁସି ଛଡାଇ ନେଲା ଲୌହ ଦାନବ: ଅଧା ରହିଗଲା ହରିହର ଦେଇଥିବା କଥା

ସାନ ପୁଅ ନିଜ ବାପାଙ୍କୁ ଭଦ୍ରକ ରେଳ ଷ୍ଟେସନରେ ଯଶବନ୍ତପୁର-ହାୱାଡା ଏକ୍ସପ୍ରେସ ଟ୍ରେନରେ ବସାଇ ବଡ଼ ଭାଇକୁ ଫୋନ କରି ଜଣାଇଲେ । ଆଉ ଏପଟେ ବଡ଼ ଭାଇ ବାଲେଶ୍ୱର ରେଳ ଷ୍ଟେସନକୁ ଆସି ନିଜ ବାପାଙ୍କୁ ନେବାକୁ ଅପେକ୍ଷା କରିଥିଲେ । କିନ୍ତୁ ବାପା ଅଧା ବାଟରେ ଅଟକି ଅଫେରା ରାଇଜକୁ ଚାଲିଗଲେ ସବୁଦିନ ପାଇଁ ।

ଭଦ୍ରକ(କେନ୍ୟୁଜ୍): ସାନ ପୁଅ ନିଜ ବାପାଙ୍କୁ ଭଦ୍ରକ ରେଳ ଷ୍ଟେସନରେ ଯଶବନ୍ତପୁର-ହାୱାଡା ଏକ୍ସପ୍ରେସ ଟ୍ରେନରେ ବସାଇ ବଡ଼ ଭାଇକୁ ଫୋନ କରି ଜଣାଇଲେ । ଆଉ ଏପଟେ ବଡ଼ ଭାଇ ବାଲେଶ୍ୱର ରେଳ ଷ୍ଟେସନକୁ ଆସି ନିଜ ବାପାଙ୍କୁ ନେବାକୁ ଅପେକ୍ଷା କରିଥିଲେ । କିନ୍ତୁ ବାପା ଅଧା ବାଟରେ ଅଟକି ଅଫେରା ରାଇଜକୁ ଚାଲିଗଲେ ସବୁଦିନ ପାଇଁ । କେବଳ ସେତିକି ନୁହେଁ ବାପା ଦୁର୍ଘଟଣାରେ ଏତେ ମାତ୍ରାରେ ଆଘାତ ପ୍ରାପ୍ତ ହୋଇଥିଲେ ଯେ ତାଙ୍କ ଶବକୁ ଚିହ୍ନି ପାରିନଥିଲେ ତାଙ୍କ ପୁଅ ମାନେ। ଶେଷରେ ତାଙ୍କ ମନି ପର୍ସ ରୁ ହିଁ ଜାଣିଥିଲେ କିଏ ତାଙ୍କ ବାପା ବୋଲି ।

ଏପରି ଏକ ଦୁଃଖଦ ଘଟଣା ଘଟିଥିଲା ବାହାନଗା ଟ୍ରେନ ଦୁର୍ଘଟଣାରେ । ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ କୁବେର ଗ୍ରାମର ହରିହର ସାହୁ। ବାଲେଶ୍ୱର ର୍ବିଲା ଟାୟାରରେ ଜଣେ କର୍ମଚାରୀ ଭାବେ ଦୀର୍ଘ ଦିନ ହେବ ରହି କାମ କରିଆସୁଥିଲେ । ତେବେ ସେ ନିଜ ଗାଁ କୁବେରକୁ ଆସିଥିଲେ। ୧ ତାରିଖ ଦିନ ଘରର ଭଲ ମନ୍ଦ କଥା ବୁଝିବା ସହିତ ଗାଁ ମନ୍ଦିର କମିଟିର ସମ୍ପାଦକ ଭାବେ ଦାୟିତ୍ୱ ନେଇଥିବାରୁ ୨ତାରିଖ ସକାଳେ ଗାଁ ଲୋକଙ୍କ ସହିତ ନୂଆ ଜଗନ୍ନାଥ ମନ୍ଦିର ର୍ନିମାଣ କଥା ବଝିବା ପାଇଁ ସେ ପୁଣି ଥରେ ଗାଁ କୁ ଆସିଲେ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ ଓ ସେହି ୨ତାରିଖ ଅପରାହ୍ନ ପ୍ରାୟ ୫ଟା ସମୟରେ ଘରୁ ବାହାରିଲେ । ତାଙ୍କ ସାନ ପୁଅ ନିଜ ମୋଟର ସାଇକେଲରେ ଭଦ୍ରକ ରେଳ ଷ୍ଟେସନରେ ଯଶବନ୍ତପୁର -ହାୱାଡା ଟ୍ରେନରେ ବାଲେଶ୍ୱର ଯିବା ପାଇଁ ବସାଇ ବିଦାୟ ଦେଇଥିଲେ।

death

ଆଉ ବଡ଼ ଭାଇ କୁ ଫୋନ କରି ବାପା ଟ୍ରେନ ଯାଉଛନ୍ତି ନେଇ ଯିବୁ ବୋଲି ଫୋନରେ କହିଥିଲେ । ସେହି ଅନୁଯାୟୀ ବଡ଼ ପୁଅ ଚାତକ ପରି ବାପାଙ୍କ ଆସିବା ବାଟକୁ ଅପେକ୍ଷା କରିଥିଲେ, କିନ୍ତୁ ବାପା ୭ଟା ପର୍ଯ୍ୟନ୍ତ ଫେରିନଥିଲେ । ଠିକ୍ ସେହି ସମୟରେ ବାହାନଗା ଠାରେ ତିନୋଟି ଟ୍ରେନ ଦୁର୍ଘଟଣା ହୋଇଥିବା ଖବର ମିଳିଥିଲା । ବଡ଼ ପୁଅ ସଂଗେ ସଂଗେ ଘରକୁ ଏ ନେଇ ଜଣାଇଥିଲେ । ଘର ଲୋକଙ୍କ ସହିତ ଗାଁ ଲୋକ ମଧ୍ୟ ବାହାରି ଗଲେ ବାହାନଗା ଅଭିମୁଖେ । ସେଠାରେ ଯେଉଁ ଦୃଶ୍ୟ ଦେଖିଲେ ସେମାନେ ଅବାକ ହେବା ସହିତ ହରିହରଙ୍କୁ ଖୋଜିବାକୁ କରିବାରେ ଲାଗିପଡିଲେ ।

ଗଦା ଗଦା କ୍ଷତ ବିକ୍ଷତ ଶବ ଗୋଟିଏ ଗୋଟିଏ ପରେ ଗୋଟିଏ ଖୋଜି ଚାଲିଲେ । ଶେଷରେ ହରିହରଙ୍କ ପାଦ ଦେଖି ସନ୍ଦେହ କରି ତାଙ୍କ ପେଣ୍ଟ ଭିତରେ ଥିବା ମନି ପର୍ସ କୁ ଦେଖି ହରିହରଙ୍କୁ ଚିହ୍ନିଥିଲେ । ଏହା ଜାଣି କୋହ ସମ୍ଭାଳି ପାରିଲେନି ପରିବାର ଲୋକେ । ପରେ ଗାଁ ଲୋକଙ୍କ ଉପସ୍ଥିତରେ ୩ତାରିଖ ଦିନ ଶବ ଅଣାଗଲା ନିଜ ଜନ୍ନ ମାଟି କୁବେରକୁ । ସେଠାରେ ଶବ ପହଂଚିବା ପରେ ଶହ ଶହ ଗାଁ ଲୋକେ ଶବକୁ ଗାଁ ପରିକ୍ରମା କରାଇ ଶବ ସତ୍କାର କରିଥିଲେ ।

ତେବେ ଗାଁ ଲୋକଙ୍କୁ ହରିହର ଦେଇଥିବା କଥା ଅଧା ରହିଗଲା । ଗ୍ରାମବାସୀ ହରିହରଙ୍କ କଥା ଓ କାର୍ଯ୍ୟକୁ ସ୍ମରଣ କରି ଏବେବି ଗୁମୁରି ଗୁମୁରି କାନ୍ଦୁଛନ୍ତାତି। ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନାହିଁ। ସେ ଦିନର ସେହି ଲୌହ ଦାନବ ହରିହରଙ୍କ ପରିବାରର ସବୁ ହସ ଖୁସିକୁ ଛଡାଇ ନେଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.