ଯାଜପୁର: ବିଲ ମଝିରେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ଯା କରିଥିବା ଅନୁମାନ

ଯାଜପୁର: ବିଲ ମଝିରେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କନିକାପଡl ଗ୍ରାମପଞ୍ଚାୟତ କେରୁଣା ମଧୁପୁର ବିଲ ମଝିରେ ଥିବା ବରୁଣ ଗଛରେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଛି । ମଙ୍ଗଳପୁର ପୋଲିସି ଦ୍ୱାରା ଏହି ମୃତଦେହ ଉଦ୍ଧାର ହୋଇଛି।

ସୁନ୍ଦର ବେହେରା ଗତକାଲି ଦିନ ୩ଟାରୁ ଘରୁ ବାହାରି ଆସିଥିବାବେଳେ, ଆଉ ଘରକୁ ଫେରିନଥିଲେ । ଆଜି ସକାଳୁ କିଛି ଯୁବକ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ଘର ଲୋକଙ୍କୁ ଖବର ଦେଇଥିଲେ। ପାରିବାରିକ କଳହ କାରଣରୁ ଏଭଳି ଆତ୍ମହତ୍ଯା କରିଥିବା ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.