ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

କଳାହାଣ୍ଡି : ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର । କଳାହାଣ୍ଡି କୋକସରା ଫରେଷ୍ଟ ସେକ୍ସନ ଅଧୀନରେ ଥିବା କନ୍ଦାବୁଟ୍ରା ଗାଁରେ ଅଘଟଣ । ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି ସେହି ଗାଁର ପୂର୍ଣ୍ଣଚନ୍ଦ୍ର ମାଝୀ । ଆଜି ସକାଳେ ନିଜ ଚାଷ ଜମିକୁ ଯାଉଥିବା ବେଳେ କେନାଲ ନିକଟରେ ଦୁଇଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ । ବୃଦ୍ଧଙ୍କ ଚିତ୍କାର ଶୁଣି ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । ପଥମେ ତାଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲାର । ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like