ଜୀବନ ବଞ୍ଚାଇବାକୁ ଦୌଡି ପଳାଉଥିବାବେଳେ ଦଳିଦେଲା ଦନ୍ତା, ଚାଲିଗଲା ବୃଦ୍ଧଙ୍କ ଜୀବନ

ସୁନ୍ଦରଗଡ(କେନ୍ଯୁଜ୍): ଦଳିଦେଲା ଦନ୍ତା, ବୃଦ୍ଧଙ୍କ ମୃତ୍ୟୁ । ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜର ଶଗଡାଭଙ୍ଗା ଗାଁରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମୋହନ ପଲେଇ । ଗତକାଲି ରାତିରେ ଏକ ଗୋଠଛଡା ଦନ୍ତା ଗାଁରେ ଘର ଭାଙ୍ଗିଥିଲା ।

ଜୀବନ ବଞ୍ଚାଇବାକୁ ମୋହନ ବାହାରକୁ ଦୌଡି ପଳାଉଥିବାବେଳେ ହାତୀ ସାମ୍ନାରେ ପଡିଯାଇଥିଲେ । ବୃଦ୍ଧଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଥିଲା । ବନବିଭାଗ ପହଂଚି ସହାୟତା ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଜମିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.