ସଡକ ଦୁର୍ଘଟଣାରେ ବୃଦ୍ଧ ମୃତ

ସୁବର୍ଣ୍ଣପୁର : ସଡ଼କ ଦୁର୍ଘଟଣାରେ ବୃଦ୍ଧ ମୃତ । ପିତାମହୁଲ ସୁବଳୟା ରାସ୍ତାର ତେଭାପଦର ଛକରେ ଘଟିଛି ଦୁର୍ଘଟଣା । ମୃତକ ହେଲେ ତେଭାପଦର ଗାଁ ର 70 ବର୍ଷୀୟ ପ୍ରେମାନନ୍ଦ ଖେତୀ । ପ୍ରେମାନନ୍ଦ ସବୁଦିନ ଭଳି ଆଜି ମଧ୍ୟ ହାତରେ ବ୍ୟାଗ ଧରି ସୁବଳୟା ଦୈନିକ ବଜ଼ାରକୁ ଚାଲି ଚାଲି ସଉଦା କରିବାକୁ ଯାଉଥିବା ବେଳେ ପିତାମହୁଲ ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଲେରୋ ପ୍ରେମାନନ୍ଦଙ୍କୁ ପଛ ପଟୁ ଧକ୍କା ଦେଇ ଫେରାର ମାରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ପ୍ରେମାନନ୍ଦଙ୍କ ମୃତ୍ୟୁ ହୋଇଥିଲା । ପ୍ରେମାନନ୍ଦ ଜଣେ ଗରିବ ବ୍ୟକ୍ତି ହୋଇଥିବାରୁ ତାଙ୍କ ପରିବାରବର୍ଗଙ୍କୁ ସହାୟତା ଯୋଗାଇଦେବା ଦାବିରେ ଗ୍ରାମବାସୀ ଟେଭାପଦାର ଛକରେ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଚାପ ଉତ୍ତେଜନା ଲାଗିରହିଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମଟର ଅଟକି ରହିଛି ।