ଉଛୁଳା ନଦୀରେ ଭାସିଗଲେ ବୃଦ୍ଧ, ଚାହିଁଛନ୍ତି ପରିବାର ଚାଲିଛି ଖୋଜାଖୋଜି

ଚାନ୍ଦବାଲି (କେନ୍ୟୁଜ) : ଚାଲିଛି କାନ୍ଦ ବୋବାଳୀ। ନଦୀ ପଠାରେ ବସି କାନ୍ଦୁଛନ୍ତି ପରିବାର। କିନ୍ତୁ କୌଣସି ଖବର ମିଳୁନାହିଁ ଘନଶ୍ୟାମଙ୍କର। ବୈତରଣୀରେ ହଜିଗଲେ ବୃଦ୍ଧ। ନଦୀ ପାଣିରେ ଭାସିଯାଇଛନ୍ତି ବୃଦ୍ଧ। ଏବେ ଯାଏଁ ଚାଲିଛି ଖୋଜା ଖୋଜି, କିନ୍ତୁ ମିଳୁନି ପତ୍ତା। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଆରଡି ପଞ୍ଚାୟତ ମୁଆ ଗାଁର ଏ ଘଟଣା।

ଗାଁର ୬୦ ବର୍ଷିୟ ବୃଦ୍ଧ ଘନଶ୍ୟାମ ଦାସ ସବୁଦିନ ପରି ଆଜି ଗାଁ ପାଖ ବୈତରଣୀ ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ। କିନ୍ତୁ ନଦୀରେ ବନ୍ୟା ଯୋଗୁଁ ଜଳସ୍ତର ବଢ଼ିଯାଇଛି। ଶୌଚ ହେବାକୁ ଯାଇଥିବା ବୃଦ୍ଧଙ୍କର ଗୋଡ ଖସିଯିବାରୁ ବନ୍ୟା ପାଣି ସୁଅରେ ଭାସିଗଲେ ସେ।

ଗାଁର କିଛି ମହିଳା ତାଙ୍କୁ ଭାସି ଯାଉଥିବାର ଦେଖି ଡାକ ପକାଇଥିଲେ। ଫଳରେ ତୁରନ୍ତ ଗ୍ରାମବାସୀ ଦୌଡି ଆସିଥିଲେ। ଡଙ୍ଗା ନେଇ ଢ଼େର ଖୋଜା ଖୋଜି କଲେ। କିନ୍ତୁ ବନ୍ୟା ପାଣିର ଉଛୁଳା ସୁଅରେ କେଉଁ ଆଡେ ଉଭାନ ହୋଇଯାଇଛନ୍ତି ଘନଶ୍ୟାମ।

ପରିବାର ଲୋକେ ଘନଶ୍ୟାମଙ୍କ ଫେରିବା ବାଟକୁ ନଦୀ ପଠାରେ ବସି ଚାହିଁ ରହିଛନ୍ତି। କିନ୍ତୁ ଏଯାବତ୍‌ ମିଳିନି ପତ୍ତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.