ମହୁଲ ଫୁଲ ଗୋଟାଇବା ବେଳେ ମାରିଲା ମହୁମାଛି, ବୃଦ୍ଧ ଗୁରୁତର

ମହୁଲ ଫୁଲ ଗୋଟାଇବା ପାଇଁ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ ବୃଦ୍ଧ। ହେଲେ ସେଠାରେ ମହୁଲ ଗୋଟାଇବା ବେଳେ ବାଘୁଆ ମହୁମାଛି ଗୋଡ଼ାଇ ଗୋଡାଇ ଆକ୍ରମଣ କରିଥିଲା।

ମୋହନା (କେନ୍ୟୁଜ): ଜଙ୍ଗଲକୁ ମହୁଲ ଗୋଟାଇବା ପାଇଁ ଯାଇଥିବା ବେଳେ ମହୁମାଛି ଆକ୍ରମଣରେ ବୃଦ୍ଧ ଗୁରୁତର।ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବାନ୍ଧଗୁଡା ଗ୍ରାମରେ।

ସୂଚନା ମୁତାବକ ଆଜି ଭୋର ସମୟରୁ ବାନ୍ଧଗୁଡା ଗ୍ରାମର ବବୁରୁ ବହନ ମଳିକ ବୟସ ପଖାପଖି ୮୦ ବର୍ଷରୁ ଊର୍ଦ୍ଧ୍ବ ହେବ ମହୁଲ ଫୁଲ ଗୋଟାଇବା ପାଇଁ ଗାଁ ପାଖ ଜଙ୍ଗଲକୁ ଯାଇଥିଲେ। ହେଲେ ସେଠାରେ ମହୁଲ ଗୋଟାଇବା ବେଳେ ବାଘୁଆ ମହୁମାଛି ଗୋଡ଼ାଇ ଗୋଡାଇ ବୃଦ୍ଧଙ୍କୁ ଆକ୍ରମଣ କରିଥିଲା । ଯାହାଫଳରେ ବୃଦ୍ଧ ଜଣକ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ । ପରିବାର ଲୋକେ ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ତେବେ ବୃଦ୍ଧଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର mkcg ମେଡିକାଲ ସ୍ଥାନାନ୍ତର କରାଯାଇଛି ।