ରାଜ୍ୟ

ଘରକୁ ଗଲେ ପୁଅ ବୋହୂ ମାରୁଛନ୍ତି, ଏମିତି ଅଭିଯୋଗ ଆଣି ଥାନାରେ ବୃଦ୍ଧଙ୍କ ଧାରଣା

କାକଟପୁର(କେନ୍ୟୁଜ୍): ଦିନକୁ ଦିନ ମଣିଷ ଭୁଲିଯାଉଛି ମାନବିକତା। ଯିଏ ମୁଣ୍ଡ ଝାଳ ତୁଣ୍ଡରେ ମାରି ଛୋଟରୁ ବଡ ଯାଏ ବଢ଼େଇ କୁଢ଼େଇ ଗଢ଼ି ତୋଳିଥାଏ ତାକୁ ଟିକେ ଆଦର ଦେଇପାରୁନି ସେହି ଜନ୍ମକଲା ପୁଅ। ସାମାନ୍ଯ ସ୍ବାର୍ଥ ପାଇଁ ପାଲଟି ଯାଉଛି ପଶୁ। ବାପା ଯେ ତାକୁ ଦିନେ ଜନ୍ମ ଦେଇ ପାଳିପୋଷି ମଣିଷ କରିଥିଲା ସେକଥା ଭୁଲିଗଲା ପୁଅ। ଏମିତି ଗୋଟିଏ ଘଟଣା ଘଟିଛି କାକଟପୁରରେ ।

ମୋର ଭତ୍ତା ଟଙ୍କା ବୋହୁ ନେଇଯାଉଛି , ଭଲକରି ଖାଇବାକୁ ଦେଉନାହାନ୍ତି। ତରକାରୀରେ ପାଣି ମିସାଇ ଦେଉଛନ୍ତି । ଏହିଭଳି ଅଭିଯୋଗ ଆଣି ଦୁଇଦିନ ହେବ ଅସ୍ତରଙ୍ଗ ଥାନାକୁ ଆସି ଧାରଣାରେ ବସି ରହିଥିଲେ ଏହି ବୃଦ୍ଧ ଜଣକ। କେତେବେଳେ ପୋଲିସ ବାବୁଙ୍କୁ ନିଜର ପିଲାମାନଙ୍କ କଥା କହୁଛନ୍ତି ତ ଆଉ କେତେବେଳେ ଥାନା ବାରଣ୍ଡାରେ ଗାମୁଛା ପାରି ଶୋଇଯାଉଛନ୍ତି। ନିଜେ ଜନ୍ମ କରିଥିବା ପୁଅ ବୁଢାକାଳେ ସହାୟ ହେବ ବୋଲି ଆଶା କରିଥିଲେ ବୃଦ୍ଧ। ହେଲେ ଘରକୁ ଗଲେ ପୁଅ ବୋହୁ ମାରୁଥିବା ନେଇ ସେ ଅଭିଯୋଗ କରିଛନ୍ତି।

ତେବେ ଏହି ଅଭିଯୋଗ ପରେ ବୃଦ୍ଧଙ୍କୁ ବୁଝାସୁଝା କରି ପୋଲିସ୍ ଘରେ ଛାଡିଥିବା ଜଣାପଡିଛି। ଏହାସହିତ ବୃଦ୍ଧ ବାପାକୁ ଅବହେଳା ନକରି ସୁଚାରୁରୂପେ ତାଙ୍କ ଦାୟିତ୍ବ ନେବାକୁ ପୁଅ ବୋହୁଙ୍କୁ ଚେତାଇ ଦେଇଛି ପୋଲିସ୍।

ସତ କହିବାକୁ ଗଲେ ପିତାମାତା ମାନେ କେତେ ଖୁସି ହୋଇଥାନ୍ତି ପୁଅ ଟିଏ ହେଲେ। କାହିଁକି ନା ବୃଦ୍ଧ ସମୟରେ ସେମାନେ ଆଶାବାଡି ଭଳି ସହାୟ ହେବେ। କିନ୍ତୁ ଆଜିର ସ୍ଵାର୍ଥପର ସମାଜରେ ବୃଦ୍ଧ ପିତା ମାତା ପିଲାମାନଙ୍କ ଉପରେ ବୋଝ ହୋଇଯାଉଛନ୍ତି। ଆମ ସମାଜରେ ବାପା ମାଆଙ୍କୁ ଭଗବାନଙ୍କ ଆଖ୍ୟା ଦିଆଯାଇଛି । କିନ୍ତୁ ଆଜିକାଲି ବୃଦ୍ଧ ବାପା ମାଙ୍କୁ ନିର୍ଯାତନା ଦେବା, ଘରୁ ବାହାର କରିଦେବା କେତେ ଯୁକ୍ତିଯୁକ୍ତ?

 

Sonalisa

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

9 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

10 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

14 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

16 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

21 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

29 mins ago