ନବୀନଙ୍କୁ ଝୁରୁଛନ୍ତି ବୃଦ୍ଧବୃଦ୍ଧା, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ବାହୁନି କାନ୍ଦୁଛନ୍ତି ଗାଁ ଲୋକେ

ଭୁବନେଶ୍ୱର : ନବୀନଙ୍କୁ ଝୁରୁଛନ୍ତି ବୃଦ୍ଧବୃଦ୍ଧା । ନବୀନଙ୍କ ଶାସନର ପତ୍ତନ ପରେ କାନ୍ଦୁଛନ୍ତି ଲୋକେ । ‘ପୁଅ ନପଚାରୁ ନବୀନ ହିଁ ପୁଅଭଳି ସବୁ ବୁଝୁଥିଲେ’ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ବାହୁନି କାନ୍ଦୁଛନ୍ତି ଗାଁ ଲୋକେ । ଦେଖନ୍ତୁ ଏହି ଦୃଶ୍ୟ। ମୁଖ୍ୟମନ୍ତ୍ରୀ ପଦରୁ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଗାଁ ଗହଳିର ଲୋକଙ୍କୁ କେତେ ବାଧିଛି । ତାଙ୍କ ପୋଷ୍ଟରକୁ ଲୋକେ ଆଉଁସି କାନ୍ଦୁଛନ୍ତି । ବାହୁନି ବାହୁନି କାନ୍ଦୁଛନ୍ତି। ତାଙ୍କ ଇସ୍ତଫା ଖବର ଖବରକାଗଜରେ ପ୍ରକାଶିତ ହେବା ପରେ ଲୋକେ ଭାଙ୍ଗିପଡିଛନ୍ତି ।
ଗାଁ ଗହଳିରେ ତାଙ୍କୁ ଝୁରି ହେଉଛନ୍ତି ବୃଦ୍ଧ ବୃଦ୍ଧାମାନେ । ନବୀନ ଯୁଗର ଅବସାନ ପରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗାଁର ବୃଦ୍ଧାମାନେ କାନ୍ଦୁଛନ୍ତି । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଏମାନଙ୍କ ମଧ୍ୟରେ ଭାଳେଣୀ ପଡିଛି ।
ବାର୍ଦ୍ଧକ୍ୟ ଭତ୍ତା, ହରିଶ୍ଚନ୍ଦ୍ର ଯୋଜନା, ମାଗଣା ରାସନ୍ ,ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀ ସେବା, ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ବିନା ସୁଧରେ ଋଣ ଆଦି ଯୋଜନା ଗାଁ ଗହଳିର ଲୋକମାନଙ୍କ ମନ ଜିଣି ନେଇଥିଲା । ସାଧାରଣ ଲୋକମାନେ ଉପକୃତ ହେଉଥିଲେ । ଜନ୍ମକଲା ପୁଅ ନପଚାରୁ ନବୀନ ହିଁ ପୁଅଭଳି ସବୁ ବୁଝୁଥିଲେ । ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ବାହୁନି ବାହୁନି କାନ୍ଦୁଛନ୍ତି ଗାଁ ଗହଳିର ସାଧାରଣ ଜନତା ।